ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱର ସମସ୍ତ ଦେଶ ଉପରେ ଶୁଳ୍କ ଘୋଷଣା କରିଛନ୍ତି। ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଘୋଷଣା କରାଯାଇଛି। ଯାହା ବିଶ୍ୱର ୧୪୦ ରୁ ଅଧିକ ଦେଶ ସହିତ ସମାନ। ଯାହା ଯୋଗୁ ଭାରତୀୟ ସେୟାର ବଜାରରେ ଆତଙ୍କ ଦେଖାଦେଇଛି।
ବଜାର ଖୋଲିବା ମାତ୍ରେ ସେନସେକ୍ସ ୪୫୦ ପଏଣ୍ଟ ହ୍ରାସ ପାଇଛି। ଅନ୍ୟପକ୍ଷରେ, ନିଫ୍ଟି ମଧ୍ୟ ୧୮୦ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଏମକେ ରିପୋର୍ଟରେ କୁହାଯାଇଛି ଯେ, ଯଦି ଦେଶ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଏ, ତେବେ ଭାରତ ୩୧ ବିଲିୟନ ଡଲାର ପର୍ଯ୍ୟନ୍ତ କ୍ଷତି ସହିପାରେ।
ଭାରତ ଉପରେ ଆମେରିକା ୨୬ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହି ଶୁଳ୍କ ଯୋଗୁ ଆଇଟି ଷ୍ଟକ୍ ଏବଂ ବ୍ୟାଙ୍କିଙ୍ଗ୍ ଷ୍ଟକ୍ରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ଟିସିଏସ୍ ଏବଂ ଇନଫୋସିସର ସେୟାରରେ ୨ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଷ୍ଟକ୍ ମାର୍କେଟରେ ଟାରିଫ୍ର ପ୍ରଭାବ ଅଧିକ ଦିନ ପର୍ଯ୍ୟନ୍ତ ଦେଖାଯିବ ନାହିଁ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ସେନସେକ୍ସ ଗୁରୁବାର ପୂର୍ବାହ୍ନ ୯ଟା ୩୫ରେ ୪୦୦ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୬,୨୧୩.୯୯ ପଏଣ୍ଟରେ କାରବାର କରୁଥିଲା। ସେହି ସମୟରେ ସେନସେକ୍ସରେ ୮୦୯.୮୯ ପଏଣ୍ଟ ହ୍ରାସ ଘଟିଥିଲା। ଗୁରୁବାର ସେନସେକ୍ସ ୭୫,୮୧୧.୮୬ ପଏଣ୍ଟରେ ଖୋଲିଥିଲା। ଯେତେବେଳେ ଗୋଟିଏ ଦିନ ପୂର୍ବରୁ ସେନସେକ୍ସରେ ୫୯୩ ପଏଣ୍ଟ ବୃଦ୍ଧି ଘଟିଥିଲା।
ଅନ୍ୟପକ୍ଷରେ, ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜର ମୁଖ୍ୟ ସୂଚକାଙ୍କ ନିଫ୍ଟି ମଧ୍ୟ ପୂର୍ବାହ୍ନ ୯ଟା ୩୫ରେ ପ୍ରାୟ ୬୫ ପଏଣ୍ଟ ବୃଦ୍ଧି ସହିତ ୨୩,୨୬୭.୮୦ ପଏଣ୍ଟରେ କାରବାର କରୁଥିଲା। ଯେତେବେଳେ ବାଣିଜ୍ୟ ଅଧିବେଶନ ସମୟରେ, ଏହା ପ୍ରାୟ ୧୮୦ପଏଣ୍ଟ ହ୍ରାସ ପାଇ ଦିନର ସର୍ବନିମ୍ନ ୨୩,୧୪୫.୮୦ପଏଣ୍ଟରେ ପହଞ୍ଚିଥିଲା। ପ୍ରକାଶ ଥାଉକି, ନିଫ୍ଟି ୨୩,୧୫୦.୩୦ ପଏଣ୍ଟରେ ଖୋଲିଥିଲା।
ଟ୍ରମ୍ପଙ୍କ ଘୋଷଣା ପରେ ସକାଳେ ଖୋଲିଥିବା ସେୟାର ବଜାରରେ, ବ୍ୟାଙ୍କିଙ୍ଗ ଏବଂ ଆଇଟି ସେୟାରରେ ସବୁଠାରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା। ଦେଶର ସର୍ବବୃହତ ଆଇଟି କମ୍ପାନୀ ଟିସିଏସର ସେୟାର ୨.୪୦ ପ୍ରତିଶତ ହ୍ରାସ ସହିତ କାରବାର ହୋଇଥିଲା।
ଯେତେବେଳେ ଇନଫୋସିସ୍ ସେୟାରରେ ୨.୨୮ ପ୍ରତିଶତ ହ୍ରାସ ପରିଲକ୍ଷିତ ହେଉଥିଲା। ଏଚ୍ସିଏଲ ଟେକ୍ ଏବଂ ଟେକ୍ ମହିନ୍ଦ୍ରାର ସେୟାର ୨ ପ୍ରତିଶତରୁ ଅଧିକ ହ୍ରାସ ସହିତ କାରବାର ହେଉଥିଲା। ଅନ୍ୟପକ୍ଷରେ, ଟାଟା ମୋଟର୍ସ ଏବଂ ଆଦାନୀ ପୋର୍ଟର ସେୟାର ମଧ୍ୟ ଏକ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଭାରତ ଆସେଟେଲର ସେୟାର ପ୍ରାୟ ଗୋଟିଏ ପ୍ରତିଶତ ହ୍ରାସ ପାଉଛି।
ଅଧିକ ପଢ଼ନ୍ତୁ: ଭାରତର ସାତ ଭଉଣୀଙ୍କ ବିଷୟରେ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇ ଅଡୁଆରେ ୟୁନୁସ୍
ଅନ୍ୟପକ୍ଷରେ, ଷ୍ଟକ୍ ମାର୍କେଟ ନିବେଶକମାନେ ମଧ୍ୟ ବିପୁଳ କ୍ଷତି ସହିଛନ୍ତି। ଯାହା ବିଏସଇର ବଜାର ପୁଞ୍ଜି ସହିତ ଲିଙ୍କ୍ ହୋଇଛି। ଗୋଟିଏ ଦିନ ପୂର୍ବରୁ, ଯେତେବେଳେ ଷ୍ଟକ୍ ମାର୍କେଟ ବନ୍ଦ ହୋଇଥିଲା, ବିଏସଇର ମାର୍କେଟ କ୍ୟାପ ୪,୧୨,୯୮,୦୯୫.୬୦ କୋଟି ଟଙ୍କା ଥିଲା। ଗୁରୁବାର ବଜାର ଖୋଲିବା ମାତ୍ରେ ଏହା ୪,୦୯,୭୧,୦୦୯.୫୭ କୋଟି ଟଙ୍କାରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ଗୋଟିଏ ମିନିଟରେ ବିଏସଇ ବଜାର ୩,୨୭,୯୮୬.୦୩ କୋଟି ଟଙ୍କା ହରାଇଛି। ଏହାର ଅର୍ଥ ହେଉଛି ସକାଳେ ଷ୍ଟକ୍ ବଜାରରେ ୨୧କୋଟିରୁ ଅଧିକ ନିବେଶକଙ୍କୁ ୩.୨୭ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।
ଅଧିକ ପଢ଼ନ୍ତୁ: ସାନ ଯାଆ ମାଡ଼ରେ ଚାଲିଗଲା ବଡ଼ ଯାଆର ଜୀବନ
India | america | donald-trump
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/03/23m74B9lUpw56LRS28yj.jpg)