ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ କିଶୋର ପୁତ୍ର ବ୍ୟାରନ୍‌ଙ୍କୁ କରୋନା

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଆମେରିକାର ପ୍ରଥମ ମହିଳା (ଫାଷ୍ଟ୍‌ ଲେଡି‌) ମେଲାନିଆ ଟ୍ରମ୍ପଙ୍କ ପରେ ଏବେ ସେମାନଙ୍କ କିଶୋର ପୁଅ ବ୍ୟାରନ୍‌ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବୁଧବାର ଫାଷ୍ଟ୍‌ ଲେଡି‌ ମେଲାନିଆ ନିଜ ପୁଅ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ମେଲାନିଆ ଟ୍ରମ୍ପ ଏକ ବିବୃତ୍ତିରେ ଲେଖିଛନ୍ତି ଯେ ଦୁଇ ସପ୍ତାହ ପୂର୍ବରୁ ସେ ଏବଂ ରାଷ୍ଟ୍ରପତି କୋଭିଡ -୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସ୍ୱାଭାବିକ ଭାବରେ ସେମାନେ ପ୍ରଥମେ ନିଜ ପୁଅ ବିଷୟରେ ଭାବିଥିଲେ। ୱାଶିଂଟନର ଏକ ଘରୋଇ ସ୍କୁଲ୍‌ରେ ପ‌ାଠ ପଢୁଥିବା ବ୍ୟାରନ୍‌ଙ୍କ ଭିତରେ ସେପରି କୌଣସି ଲକ୍ଷଣ ନଥିଲା। ପରୀକ୍ଷା କରିବା ପରେ ରିପୋର୍ଟ ନକାରାତ୍ମକ ଆସିଥିଲା। ଅର୍ଥାତ ଟ୍ରମ୍ପ୍‌ ଦମ୍ପତି କରୋନା ସଂକ୍ରମିତ ହୋଇଥିବା ବେଳେ ଜୁନିୟର୍‌ ଟ୍ରମ୍ପ୍‌ ବ୍ୟାରନ୍‌ଙ୍କ ଶରୀରରେ କରୋନା ନଥିଲା।

Image Courtesy of Hindustan Times

ଉଲ୍ଲେଖଯୋଗ୍ୟ, କୋଭିଡ୍‌ ପଜିଟିଭ୍‌ ବାହାରିବା ପରେ ପ୍ରାୟ ଦୁଇ ସପ୍ତାହ ଧରି ନିଜ ନିର୍ବାଚନ ପ୍ରଚାରରୁ ଦୂରେଇ ରହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସୋମବାର ଫ୍ଲୋରିଡ଼ାଠାରେ ଏକ ବିଶାଳ ସମାବେଶକୁ ଉଦ୍‌ବୋଧନ ଦେଇ ସେ ତାଙ୍କର ପ୍ରଚାରକୁ ପୁଣି ଆଗେଇ ନେଇଛନ୍ତି। ଓର୍ଲାଣ୍ଡ୍‌ ନିକଟ ସାନ୍‌ଫୋର୍ଡଠାରେ ସେ କରୋନାମୁକ୍ତ ବୋଲି ଘୋଷଣା କରି ଏକ ପଲ୍ଲୀଗୀତର ତାଳେ ତାଳେ ନାଚିବା ଦୃଶ୍ୟ ଦର୍ଶକମାନଙ୍କୁ ବେଶ୍ ମୁଗ୍‌ଧ କରିଥିଲା। ତେବେ ଏଥିପାଇଁ ଟ୍ବିଟରରେ ତାଙ୍କୁ ଅନେକ ଲୋକ ସମାଲୋଚନା ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର