ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ ବିରୋଧରେ ପୁଣିଥରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଚୀନ୍ର ଉହାନ୍ ଲ୍ୟାବ୍ରୁ ହିଁ କରୋନା ଭାଇରସ୍ ଲିକ୍ ହୋଇଥିଲା ବୋଲି ଦାବି ହେବାପରେ ଟ୍ରମ୍ପ୍ ଚୀନ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି, ଚୀନ୍ ଯଦି ଜାଣିଶୁଣି କିଛି ଭୁଲ୍ କରିଥିବା ଜଣାପଡ଼େ ତେବେ ଏଥିପାଇଁ ଏହାକୁ ପରିଣାମ ଭୋଗିବାକୁ ପଡ଼ିବ। କରୋନା ବ୍ୟାପିବା ପୂର୍ବରୁ ଚୀନ୍ ଏହାକୁ ରୋକି ପାରିଥାନ୍ତା, କିନ୍ତୁ ଚୀନ୍ର ଭୁଲ୍ ପାଇଁ ସମଗ୍ର ବିଶ୍ବ ଏବେ ମହାମାରୀକୁ ସାମ୍ନା କରୁଛି। ଟ୍ରମ୍ପ୍ କହିଛନ୍ତି, ଯଦି ଏହା ଭୁଲ୍ ଥିଲା ତେବେ ତାହା ନିଶ୍ଚିତ ଭାବେ ଭୁଲ୍। ଯଦି ଚୀନ୍ ଜାଣିଶୁଣି କିଛି କରିଥାଏ ତେବେ ଏଥିପାଇଁ ପରିଣାମ ଭୋଗିବାକୁ ପଡ଼ିବ। କିଛି ବରିଷ୍ଠ ଅଧିକାରୀ ମଧ୍ୟ ଚୀନ୍ ଭାଇରସ୍ ସଂପର୍କରେ ଅସଲ ତଥ୍ୟ ଲୁଚାଉଥିବା ଅଭିଯୋଗ କରିଛନ୍ତି । ଚୀନ୍ର ଭୁଲ୍ ପାଇଁ ଏବେ ସାରା ବିଶ୍ବ ଭୋଗୁଛି। କରୋନା ଯୋଗୁଁ ଚୀନ୍ରେ ପ୍ରକୃତରେ କେତେ ମୃତ୍ୟୁ ହୋଇଛି ସେନେଇ ଚୀନ୍ ସମଗ୍ର ବିଶ୍ବକୁ ଅନ୍ଧାରରେ ରଖିଛି। ତେବେ ଏହାକୁ ନେଇ ସାଂଘାତିକ ଅଭିଯୋଗ ହେବାପରେ ଚୀନ୍ ଉହାନ୍ ମୃତ୍ୟୁସଂଖ୍ୟାକୁ ୫୦ ପ୍ରତିଶତ ବୃଦ୍ଧି କରିଛି ଏବଂ ପୂର୍ବ ତଥ୍ୟ ଭୁଲ୍ ଥିବା ସ୍ବୀକାର କରିଛି।
ଚୀନ୍କୁ ଟ୍ରମ୍ପ୍ଙ୍କ ଚେତାବନୀ, ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ
/sambad/media/post_attachments/wp-content/uploads/2020/04/trump1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)