ଲକ୍‌ଡାଉନ୍‌ ହଟାଇବା ସତର୍କତାକୁ ଟ୍ରମ୍ପ୍‌ଙ୍କ ଅଗ୍ରାହ୍ୟ

ୱାସିଂଟନ: ଆମେରିକାର ସାମ୍ପ୍ରତିକ ପରିସ୍ଥିତିରେ ଲକ୍‌ଡାଉନ୍ କଟକଣା ହଟାଇ ନେବାଟା ଭୀଷଣ ଭାବେ ବିପଜ୍ଜନକ ହେବ ବୋଲି ଦେଶର ପ୍ରଖ୍ୟାତ ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଆନ୍ତ୍ରୋନି ଫୌସି ଦେଇଥିବା ଚେତାବନୀକୁ ଆଦୌ ମାନିନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ା କରୋନା ଯୋଗୁଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍ ପରିସ୍ଥିତି ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ତେଣୁ ଅର୍ଥନୀତିର ପୁନରୁଦ୍ଧାର ପାଇଁ ବ୍ୟାକୁଳ ହୋଇପଡି଼ିଥିବା ଦେଶବାସୀଙ୍କ ପାଇଁ ଏଭଳି ସ୍ଥିତିରେ ଡା. ଫୌସିଙ୍କ ଚେତାବନୀ ଆଦୌ ଗ୍ରହଣୀୟ ନୁହେଁ ବୋଲି ଟ୍ରମ୍ପ୍ କହିଛନ୍ତିା

ସୂଚନା ଥାଉ କି, ମହାମାରୀ କୋଭିଡ୍–୧୯ ଆମେରିକାରେ ଅଦ୍ୟାବଧି ପ୍ରାୟ ୧୪ ଲକ୍ଷ ୬୧ ହଜାରରୁ ଅଧିକ ନାଗରିକଙ୍କୁ ଘାଇଲା କରିବା ସହ ପାଖାପାଖି଼ ୮୭ ହଜାର ଲୋକଙ୍କ ଜୀବନ ନେଇସାରିଛି। ତେବେ କୋଭିଡ୍ ପରିସ୍ଥିତି ଅପେକ୍ଷା ଲକ୍‌ଡାଉନ୍ ପରିସ୍ଥିତି ଦେଶର ଅବସ୍ଥାକୁ ବେଶୀ ବିଗାଡି଼ଦେବ ବୋଲି ବାରମ୍ବାର ଯୁକ୍ତିକରି ଆସୁଥିବା ଟ୍ରମ୍ପ୍ ପ୍ରଶାସନ ଶେଷରେ ଜାରି ରହିଥିବା କଟକଣାସବୁ ହଟାଇବା ପୂର୍ବକ ଶିକ୍ଷାନୁଷ୍ଠାନଗୁଡି଼କ ତୁରନ୍ତ ଖୋଲିବା ସହ ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଦେଶରେ ଅଦ୍ୟାବଧି କରୋନାଭୂତାଣୁର କରାଳଲୀଳା ଜାରି ରହିଥିବା ବେଳେ ଏଭଳି ପଦକ୍ଷେପ, ଆହୁରି ସାଂଘାତିକ ସ୍ଥିତି ଆଣିବା ସହ ଦେଶର ଅର୍ଥନୀତିକୁ ଅଧିକ ତଳିତଳାନ୍ତ କରିଦେବ ବୋଲି ଡା. ଫୌସି ସିନେଟରମାନଙ୍କୁ ସତର୍କ କରାଇଥିଲେ। ମାତ୍ର ଏଥିରେ ସାମାନ୍ୟତମ ବିଚଳିତ ନହୋଇ ତାଙ୍କ ପାଇଁ ଏ ସବୁର ମାନେ କିଛି ନାହିଁ ବୋଲି ଟ୍ରମ୍ପ୍ କହିଛନ୍ତିା

ସମ୍ବନ୍ଧିତ ଖବର