ମୁମ୍ବାଇ: ତନୁଶ୍ରୀ ଦତ୍ତଙ୍କ ଅଭିଯୋଗକୁ ଖଣ୍ଡନ କରି ନାନା ପାଟେକର କହିଛନ୍ତି, ୧୦ ବର୍ଷ ତଳେ ଯେଉଁ ସତ୍ୟ ଥିଲା ତାହା ଆଜି ମଧ୍ୟ ବଳବତ୍ତର ରହିଛି। ସତ୍ୟ କଦାପି ବଦଳିବ ନାହିଁ। ତେବେ ଏହି ମାମଲା ଉପରେ ମୁଁ ବେଶି କିଛି କହିବି ନାହିଁ। ମୋ ଓକିଲ ମୋତେ ଏଥିପାଇଁ ବାରଣ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀକୁ ବାତିଲ କରି ନାନା କହିଛନ୍ତି। ଅନ୍ୟପକ୍ଷରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅପରାଧରେ ଜଡ଼ିତ ଥିବା କୌଣସି ଲୋକଙ୍କ ସହିତ କାମ କରିବା ମୋ ପକ୍ଷେ ଅସମ୍ଭବ ବୋଲି ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ୍ କହିଛନ୍ତି। େଯୗନ ନିର୍ଯାତନା ଅଭିଯୋଗ ପାଇଁ ବିବାଦୀୟ ହୋଇପଡ଼ିଥିବା ବିକାଶ ବହଲ୍ ସୁପର ୩୦ର ନିର୍ଦ୍ଦେଶକ ଅଛନ୍ତି। ଗାୟିକା ଚିନ୍ମୟୀ ମଧ୍ୟ ତାଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନା କଥା ପ୍ରକାଶ କରିଛନ୍ତି। ୮-୯ ବର୍ଷ ବୟସର ଥିଲା ବେଳେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ସେ କହିଛନ୍ତି। ବଲିଉଡ୍ ଗାୟକ କୈଳାସ ଖେର୍ଙ୍କ ବିରୋଧରେ ମଧ୍ୟ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ଦୁଇଜଣ ମହିଳା ଏହି ଅଭିଯୋଗ ଆଣିଥିଲେ। କୈଳାସ ସେମାନଙ୍କ ଜଙ୍ଘକୁ ସ୍ପର୍ଶ କରିଥିବା ସେମାନେ କହିଥିଲେ।
ସତ୍ୟ କଦାପି ବଦଳିବନି: ନାନା
କୈଳାସ ଖେର୍ଙ୍କ ବିରୋଧରେ ଆସିଥିଲା ଅଭିଯୋଗ
/sambad/media/post_attachments/wp-content/uploads/2018/10/nana-new.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)