ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ବିଗିଡ଼ି ଯାଇଥିବା ସମ୍ପର୍କକୁ ସୁଧାରିବା ସହ ଆଗାମୀ ୧୫ ବର୍ଷ ଯାଏଁ ଉଭୟ ଦେଶ ମଧ୍ୟରେ ଶାନ୍ତି ଓ ସହଯୋଗ ସ୍ଥାପନା ପାଇଁ ଅନୌପଚାରିକ ଶିଖର ବୈଠକ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ସପ୍ତାହରେ ବେଜିଂର ବୁହାନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଜିି ଜିନ୍ ପିଙ୍ଗ୍ଙ୍କ ମଧ୍ୟରେ ଦୁଇ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ବେଜିଂରେ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚୀନ୍ ବିଦେଶ ମନ୍ତ୍ରୀ ଓ୍ଵାଙ୍ଗ୍ ଚି କହିଛନ୍ତି ଯେ, ଦୁଇ ନେତାଙ୍କ ମଧ୍ୟରେ ଆସନ୍ତା ୨୭-୨୮ ତାରିଖରେ ଶିଖର ବୈଠକ ହେବ। ଗତବର୍ଷ ଡୋକ୍ଲାମ ଓ ଚଳିତବର୍ଷ ଅରୁଣାଚଳ ବିବାଦ ପରେ ମୋଦି-ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦିଙ୍କ ଏହା ଚତୁର୍ଥ ଚୀନ୍ ଗସ୍ତ, ଏହା ବ୍ୟତୀତ ଅସନ୍ତା ଜୁନ୍ ମାସରେ ମଧ୍ୟ ସେ ଚୀନ୍ ଗସ୍ତରେ ଯିବେ। ଆଜି ଯୁଗ୍ମ ସମ୍ମିଳନୀକୁ ସମ୍ବୋଧିତ କରି ଚୀନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ୍ଵାଙ୍ଗ୍ ଚି ସାଂଘାଇ ସହଯୋଗ ସଂଗଠନରେ ସାମିଲ ହୋଇଥିବାରୁ ଭାରକୁ ଧନ୍ୟବାଦ ଜଣାଇଥିଲେ। ୧୯୮୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଚୀନ୍ ଗସ୍ତକରି ଆଲୋଚନା କରିବା ଦ୍ୱାରା ଉଭୟ ଦେଶ ମଧ୍ୟରେ ଅତି ତିକ୍ତ ହୋଇଯାଇଥିବା ସମ୍ପର୍କ ପୁଣିଥରେ ନୂଆକରି ଆରମ୍ଭ ହୋଇଥିଲା। ଠିକ୍ ସେହିଭଳି ମୋଦିଙ୍କ ବର୍ତ୍ତମାନର ଚୀନ୍ ଗସ୍ତ ଉଭୟ ଦେଶର ସମ୍ପର୍କରେ ସୁଧାର ଆଣିବ ବୋଲି ଆଶା କରାଯାଇଛି।
ଭାରତ-ଚୀନ୍ ସଂପର୍କ ସୁଧାରିବାକୁ ପ୍ରୟାସ
ଆସନ୍ତା ସପ୍ତାହରେ ମୋଦି-ଜିନ୍ପିଙ୍ଗ ଶିଖର ବୈଠକ
/sambad/media/post_attachments/wp-content/uploads/2018/04/modi-xi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)