ଆମେରିକାରେ ଅନୁପ୍ରବେଶ ଉଦ୍ୟମ: ୩୧୧ ପ୍ରବାସୀଙ୍କୁ ଭାରତ ପଠାଇଲା ମେକ୍ସିକୋ

ମେକ୍ସିକୋ ସିଟି: ଆମେରିକା ଏବଂ ମେକ୍ସିକୋ ସୀମା ନୀତିକୁ ଉଲ୍ଲଂଘନ ମାମଲାରେ ପ୍ରଥମ ଥର ପାଇଁ ମେକ୍ସିକୋ ୩୧୧ ଜଣ ପ୍ରବାସୀ ଭାରତୀୟଙ୍କୁ ଅଟକ ରଖି ଯାଞ୍ଚ କରିବା ପରେ ସେମାନଙ୍କୁ ପୁଣି ଭାରତକୁ ପଠାଇ ଦେଇଛି। ଭିସା ଏବଂ ସ୍ଥାୟୀ ରହଣୀ ପାଇଁ ଆବଶ୍ୟକ କାଗଜପତ୍ର ନଥାଇ ଦେଶର ବିଭିନ୍ନ ସ୍ଥାନରେ ସେମାନେ ବେଆଇନ ଭାବେ ରହୁଥିଲେ ଏବଂ ଆମେରିକାରେ ପଶିବାକୁ ଯୋଜନା କରୁଥିଲେ ବୋଲି ମେକ୍ସିକୋ କର୍ତ୍ତୃପକ୍ଷ କହିଛନ୍ତି। ଏହି ଭାରତୀୟଙ୍କୁ ଏକତ୍ର କରି ମେକ୍ସିକୋ ମାଇଗ୍ରେସନ୍‌ ଅଥରିଟି ଭାରତକୁ ପଠାଇ ଦେଇଛି।

ଟୋଲୁକା ସିଟି ଅନ୍ତର୍ଜାତୀୟ ବିମାନବନ୍ଦରରୁ ବୋଇଂ ୭୪୭ ବିମାନ ଯୋଗେ ୩୧୧ ପ୍ରବାସୀ ଭାରତୀୟଙ୍କୁ ମେକ୍ସିକୋ ସରକାର ନୂଆଦିଲ୍ଲୀ ପଠାଇଛନ୍ତି। ଏହି ଭାରତୀୟମାନେ ସୀମା ନୀତିକୁ ଉଲ୍ଲଂଘନ କରି ବେଆଇନ ରହଣି ଏବଂ ଆମେରିକାରେ ପ୍ରବେଶ ଉଦ୍ୟମ କରୁଥିଲେ ବୋଲି କୁହାଯାଇଛି। ଅନୁପ୍ରବେଶକୁ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମେକ୍ସିକୋକୁ କଡ଼ା ଚେତାବନୀ ଦେବା ପରେ ମେକ୍ସିକୋ ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବେଆଇନ ଭାବେ ରହୁଥିବା ବିଦେଶୀ ଲୋକଙ୍କୁ ମେକ୍ସିକୋରୁ ତଡ଼ିବାକୁ ସରକାର ତତ୍ପରତା ଦେଖାଇଛନ୍ତି।

ସମ୍ବନ୍ଧିତ ଖବର