ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଇଛି । କିନ୍ତୁ ଆଗକୁ ବଡ଼ ବିପଦ ଆସୁଛି ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି । ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍କଟିକାରେ ଜଳମଗ୍ନ ଭୂସ୍ଖଳନ ସୃଷ୍ଟି କରି ଦକ୍ଷିଣ ମହାସାଗରରେ ଏକ ବିରାଟ ସୁନାମି ସୃଷ୍ଟି କରିପାରେ ।
Sambad is now on WhatsApp
Join and get latest news updates delivered to you via WhatsApp
ବୈଜ୍ଞାନିକମାନେ ସମୁଦ୍ର ପତ୍ତନ ତଳେ ଥିବା ଅଂଚଳକୁ ଅଧ୍ୟୟନ କରି ଜାଣିବାକୁ ପାଇଥିଲେ ଯେ ଅତୀତର ଜଳବାୟୁ ପରିବର୍ତ୍ତନ ସମୟ (୩ ନିୟୁତ ରୁ ୧୫ ନିୟୁତ ବର୍ଷ ପୂର୍ବେ) ଏହିପରି ବଡ଼ ମହା ସୁନାମୀ ଆସିଥିଲା ଓ ତାହା ଦକ୍ଷିଣ ଆମେରିକା, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ପୂର୍ବ ଏସିଆ ଆଡକୁ ଯାଇଥିଲା ।
ମେ’ ୧୮ରେ ନେଚର କମ୍ୟୁନିକେସନ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ କାରଣରୁ ସମୁଦ୍ରର ଉଷ୍ମତା ବଢିଚାଲିଛି ଓ ଏହା ପୁଣି ଥରେ ସୁନାମି ସୃଷ୍ଟି କରିପାରେ। ବ୍ରିଟେନର ପ୍ଲାଇମାଉଥ୍ ବିଶ୍ୱବିଦ୍ୟାଳୟର ଜେନି ଗେଲ୍ସ ଏକ ବିବୃତ୍ତିରେ କହିଛନ୍ତି ଯେ ସମୁଦ୍ର ତଳେ ଭୂସ୍ଖଳନ ଏକ ବଡ଼ ଭୂ-ବିପର୍ଯ୍ୟୟ ତଥା ସୁନାମୀ ଆଣିପାରେ, ଯାହାକି ବ୍ୟାପକ କ୍ଷୟକ୍ଷତି କରିପାରେ ।
ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଆଣ୍ଟାର୍କଟିକାରେ ଭୂସ୍ଖଳନ ଘଟିଥିଲା ଯେତେବେଳେ ସମୁଦ୍ର ପତ୍ତନ ଗରମ ହୋଇଥିଲା । ତେବେ ଏହି ଭୂସ୍ଖଳନର ପ୍ରକୃତ କାରଣ ଜଣାପଡ଼ିନାହିଁ। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଗ୍ଲୋବାଲ ୱାର୍ମିଂ କାରଣରୁ ଗ୍ଲେସିୟର ବରଫ ତରଳିବା ସବୁଠାରୁ ସମ୍ଭାବ୍ୟ କାରଣ ହୋଇଥାଇପାରେ । ଆଗାମୀ ଦିନରେ ବି ଏପରି ସ୍ଥିତି ଉପୁଜିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି ।