ଇଣ୍ଡୋନେସିଆରେ ପ୍ରଳୟଙ୍କରୀ ସୁନାମୀ, ବ୍ୟାପକ ଧନଜୀବନ ହାନୀ ଆଶଙ୍କା

ଜାକାର୍ତ୍ତା : ଇଣ୍ଡୋନେସିଆର ସୁଲାେଓ୍ଵସି ରାଜ୍ୟରେ ଆଜି ଆସିଛି ଏକ ପ୍ରଳୟଙ୍କରୀ ସୁନାମୀ । ଆଜି ଅପରାହ୍ନରେ ଆସିଥିବା ୭.୭ ତୀବ୍ରତାର ଏକ ଭୂମିକମ୍ପ ପରେ ସେଠାକାର ସରକାରଙ୍କ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଥିଲା । କିନ୍ତୁ ପରେ ଏହି ସତର୍କତାକୁ ଉଠାଇଦିଆଯାଇଥିଲା । ସତର୍କତା ଉଠାଇ ଦିଆଯିବା ପରେ ହିଁ ପ୍ରବଳ ବେଗରେ ସୁନାମୀ ମାଡିଆସିଥିବା ଖବର ମିଳିଛି । ଏହି ସୁନାମୀ ଫଳରେ ସୁୁଲାେଓ୍ଵସିର ରାଜଧୀନୀ ପାଲୁ ଜଳମଗ୍ନ ହୋଇଯାଇଥିବା ଜଣାଯାଇଛି । ସୁନାମୀ ସଂପର୍କରେ ଇଣ୍ଡୋନେସିଆର ସରକାରୀ ପାଣିପାଗ,ଜଳବାୟୁ ଓ ଭୂତତ୍ତ୍ୱ ଏଜେନ୍ସି ବିଏମକେଜି ମଧ୍ୟ ଏହି ସୁନାମୀ ଖବରକୁ ସ୍ୱୀକାର କରିଛି । ଏହି ସୁନାମୀ ଫଳରେ ବ୍ୟାପକ ଧନଜୀବନ ହାନୀ ହୋଇଥିବା ଆଶଙ୍କା କରାଯାଉଛି

ଆଜି ଆସିଥିବା ଭୂମିକମ୍ପଟି ସ୍ଥାନୀୟ ସମୟ ସଂଧ୍ୟା ୫ଟା ୦୨ ମିନିଟ ସମୟରେ କେନ୍ଦ୍ରୀୟ ସୁଲାଓ୍ଵସୀ ରାଜ୍ୟରେ ହୋଇଛି । ଏହାର କିଛି ଘଣ୍ଟା ପୂର୍ବରୁ ସେହି ସୁଲାେଓ୍ଵସୀ ରାଜ୍ୟର ଡୋଙ୍ଗଲାଠାରେ ଆଉ ଭୂମିକମ୍ପ ହୋଇ ଜଣେ ବ୍ୟକ୍ତି ମୃତ ଓ ପ୍ରାୟ ୧୦ ଜଣ ଆହତ ହୋଇଥିଲେ । ଗୋଟିଏ ଦିନରେ ଲଗାତାର ଦୁଇଥର ଭୂମିକମ୍ପ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

ସମ୍ବନ୍ଧିତ ଖବର