ରାଜନୈତିକ ଦଳ ଗଢ଼ିଲେ ଟିଟିଭି ଦିନକରଣ; ନାଁ ରଖିଲେ ‘ଆମ୍ମା ମକ୍କଲ ମୁନ୍ନେତ୍ର କାଝଗାମ୍‌’

ମଦୁରାଇ: ମଦୁରାଇ ଅନ୍ତର୍ଗତ ମେଲୁର ଠାରେ ବିଦ୍ରୋହୀ ଏଆଇଏଡିଏମ୍‌କେ ନେତା ତଥା ଆର୍‌କେ ନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଟିଟିଭି ଦିନକରଣ ଆଜି ତାଙ୍କ ନିଜର ରାଜନୈତିକ ଦଳ ‘ଆମ୍ମା ମକ୍କଲ ମୁନ୍ନେତ୍ର କାଝଗାମ୍‌’ ବା ‘ଏଏମ୍‌ଏମ୍‌କେ’ର ଶୁଭାରମ୍ଭ କରିଛନ୍ତି।

ଦଳର ଉଦ୍ଘାଟନୀ ଉତ୍ସବରେ ସମର୍ଥକମାନଙ୍କୁ ସମ୍ବୋଧନ କରି ଦିନକରଣ କହିଲେ, ଏବେ ଠାରୁ ଦଳର ନାଁ ଏବଂ ଦଳର ପତାକାକୁ ବ୍ୟବହାର କରି ଆମେ ଆଗାମୀ ସମସ୍ତ ନିର୍ବାଚନ ଜିଣି ପାରିବା। ଦୁଇ-ପତ୍ରିଆ ଚିହ୍ନକୁ ଉଦ୍ଧାର କରିବାକୁ ମଧ୍ୟ ଆମେ ଉଦ୍ୟମ କରିବା। ସେ ପର୍ଯ୍ୟନ୍ତ ଆମେ କୁକର୍‌ ଚିହ୍ନ ବ୍ୟବହାର କରୁଥିବା।

ଦିନକରଣଙ୍କୁ ତାଚ୍ଛଲ୍ୟ କରି ଏଆଇଏଏଡିମ୍‌କେ ନେତା ତଥା ତାମିଲନାଡୁ ମନ୍ତ୍ରୀ ଡି ଜୟକୁମାର କହିଲେ: ‘ଏଆଇଏଏଡିମ୍‌କେ’ ସିଂହ ତୁଳନାରେ ତାଙ୍କ ଦଳ ଗୋଟାଏ ମଶା।

ଗତବର୍ଷ ସେପ୍ଟେମ୍ବର ମାସରେ ତାମିଲନାଡୁ ବିଧାନସଭା ବାଚଷ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ୧୮ ଜଣ ବିଧାୟକ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଟିଟିଭି ଦିନକରଣଙ୍କୁ ସମର୍ଥନ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ଦିନକରଣ ଦଳର ପତାକା ଉତ୍ତୋଳନ କରିଥିଲେ।

ସମ୍ବନ୍ଧିତ ଖବର