ତୁ ତୁ —ମେଁ ମେଁ

ଯଦି କଂଗ୍ରେସ ଏବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିପାରୁଛି, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରଶ୍ନ କଲେ ବାଧୁଛି କାହିଁକି?
ରାଜୀବଙ୍କ ବିଷୟରେ ମୁଁ ସତ କଥା କହିଛି; କଂଗ୍ରେସ ଏତେ ଉତ୍‌କ୍ଷିପ୍ତ କାହିଁକି?
ଆଇଏନ୍‌ଏସ୍‌ ବିରାଟକୁ ଗାନ୍ଧୀ ପରିବାର ମଉଜ ପାଇଁ ବ୍ୟବହାର କରୁଥିଲେ।
ଏଣେ ରାହୁଲ ପ୍ରେମର କଥା କହୁଛନ୍ତି, ତେଣେ କଂଗ୍ରେସ ମୋତେ ବିଛା, ବନ୍ଦର, ହିଟ୍‌ଲର୍ ବୋଲି କହୁଛି।
ସହେନାଶାହ (ରବୋର୍ଟ ଭଦ୍ରା)ଙ୍କୁ ଏହି ଚୋୖକିଦାର ଜେଲ୍ ମୁହଁକୁ ଟାଣିନେଲାଣି। ଆଉ ୫ ବର୍ଷ କ୍ଷମତାରେ ରହିଲେ ପୂରା ଜେଲ୍ ଭିତରେ ପୂରାଇଦେବ।
କଂଗ୍ରେସ ବୋଫର୍ସ ସ୍କାଣ୍ଡାଲ, ଭୋପାଲ ଗ୍ୟାସ ଟ୍ରାଜେଡି ଓ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ବିଷୟରେ ଉତ୍ତର ଦେବା ଉଚିତ ନୁହେଁ କି? ୧୯୮୪ ଶିଖ୍ ଗଣହତ୍ୟାର ଦୋଷୀମାନଙ୍କୁ ଦଣ୍ଡ ଦେବା ବଦଳରେ କଂଗ୍ରେସ ସେମାନଙ୍କୁ ପୁରସ୍କୃତ କରିଛି।
କଂଗ୍ରେସ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଗ୍ରହଣ କରୁଛି, ଅଥଚ ଭାରତର ପ୍ରଧାମନ୍ତ୍ରୀଙ୍କୁ ଗ୍ରହଣ କରିବାକୁ ନାରାଜ।

ମମତା ସବୁ ସୀମା ଟପିଯାଇଛନ୍ତି: ମୋଦୀଙ୍କୁ ଗଣତନ୍ତ୍ରର ଚାପୁଡ଼ା ନେଇ ମମତାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସୁଷମା ସ୍ବରାଜଙ୍କ ମତ
ନିଜ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧ୍ୟାଦେଶ ପ୍ରତିଲିପିକୁ ଫାଡ଼ିଦେବା ରାହୁଲ ଗାନ୍ଧିଙ୍କ ଚରମ ଔଦ୍ଧତ୍ୟର ପରିଚାୟକ: ସୁଷମା

୨୩ ମେ’ ସରିଯାଉ, ଦେଖିବ, ବବୁଆ (ଅଖିଳେଶ) ଯେ ଗୁଣ୍ଡାମାଫିଆଙ୍କ ସମ୍ରାଟ -ଏହା ବୁଆ (ମାୟାବତୀ) କହିବେ: ଯୋଗୀ ଆଦିତ୍ୟନାଥ
ନୋଟ୍‌ବନ୍ଦୀ ବେଳେ ଜଣେ ବି ବିଜେପି ନେତା ଏଟିଏମ୍‌ କିମ୍ବା ବ୍ୟାଙ୍କରେ ଧାଡ଼ିରେ ଛିଡ଼ାହେବା କେହି ଦେଖିଛନ୍ତି କି? ବିଜେପି ଆମେଥିରେ ଗାଁ ପ୍ରତ୍ୟକ ମୁଖିଆଙ୍କୁ କାହିଁକି ୨୦ ହଜାର ଟଙ୍କା ଦେଲା କହିପାରିବେ କି?: ପ୍ରିୟଙ୍କା ଗାନ୍ଧି
ମୋଦୀଜୀ! ଆପଣଙ୍କ ‘ଅଚ୍ଛେ ଦିନ୍’ ସରିଯାଇଛି। ଏଣିକି ଖରାପ ଦିନ ପାଇଁ ପ୍ରସ୍ତୁତ ହୋଇଯା’ନ୍ତୁ: ମାୟାବତୀ
ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଔରଙ୍ଗଜେବଙ୍କ ଆଧୁନିକ ଅବତାର: କଂଗ୍ରେସ ନେତା ସଂଜୟ ନିରୂପମ
ମୋଦୀଜୀ! ଆପଣଙ୍କୁ ଇମ୍ରାନ ଖାଁ ପୁଣି ପ୍ରଧାନମନ୍ତ୍ରୀ ହେବା କାହିଁକି ଚାହାନ୍ତି, ଉତ୍ତର ଦେଇପାରିବେ କି?: ଅରବିନ୍ଦ କେଜ୍ରିୱାଲ

ସମ୍ବନ୍ଧିତ ଖବର