ନୂଆଦିଲ୍ଲୀ : ଲକ୍ଡାଉନ ସମୟରେ ଅନ୍ଲାଇନ ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀମାନେ ସରକାରୀ ପୋର୍ଟାଲର ସହାୟତା ନେଇପାରିବେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିଆଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ' ୩ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ ସମୟସୀମା ବୃଦ୍ଧି ଘୋଷଣା କରିବା ପରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ନେଇ ଚିନ୍ତା ବଢିଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିଲେ ମଧ୍ୟ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ସରକାରୀ ପୋର୍ଟାଲକୁ ବ୍ୟବହାର କରି ଅଧ୍ୟୟନ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ପୋଖ୍ରିଆଲ କହିଛନ୍ତି। କେନ୍ଦ୍ର ସରକାର ବର୍ତ୍ତମାନଠାରୁ ଅନ୍ଲାଇନ ଜରିଆରେ ଦୀକ୍ଷା, ସ୍ବୟଂପ୍ରଭା, ଇ-ପାଠଶାଳା ମାଧ୍ୟମରେ କେତେକ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହିସବୁ କାର୍ଯ୍ୟକ୍ରମ ଜରିଆରେ ଉଚ୍ଚଶିକ୍ଷା ସଂକ୍ରାନ୍ତ ସମସ୍ତ ଶିକ୍ଷା ଉପକରଣ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀମାନେ ଯେକୌଣସି ସମୟରେ ଏହି ପୋର୍ଟାଲରୁ ଶିକ୍ଷା ଉପକରଣ ହାସଲ କରିପାରିବେ ବୋଲି ମନ୍ତ୍ରୀ ପୋଖ୍ରିଆଲ କହିଛନ୍ତି। ବିଶେଷକରି ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷାର ବ୍ୟବସ୍ଥା କରାଯାଇଛି। କୋଭିଡ-୧୯ ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନ୍ଲାଇନ ଜରିଆରେ ଅଧ୍ୟୟନ କରିପାରିବେ। ଏହା ଫଳରେ ସ୍କୁଲ, କଲେଜ ଖୋଲିଯିବା ବେଳକୁ ଛାତ୍ରଛାତ୍ରୀ ଅନେକ ମାତ୍ରାରେ ଶିକ୍ଷା ସମ୍ପୂର୍ଣ୍ଣ କରି ସାରିଥିବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପୋଷଣ କରିଛନ୍ତି। ଏଣୁ ଛାତ୍ରଛାତ୍ରୀ ଚିନ୍ତା ନ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।
ଲକ୍ଡାଉନ ସମୟରେ ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀ ସରକାରୀ ପୋର୍ଟାଲର ସହାୟତା ନେଇପାରିବେ: କେନ୍ଦ୍ରମନ୍ତ୍ରୀ
/sambad/media/post_attachments/wp-content/uploads/2020/04/ramesh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)