ନୂଆଦିଲ୍ଲୀ: କୋଡ଼ିଏ ବର୍ଷ ପୂର୍ବେ ଜୁଲାଇ ୩୬ ତାରିଖ ଦିନ ଭାରତର କାର୍ଗିଲ୍ ବିଜୟ ଦିବସକୁ ପାଳିବା ନିମନ୍ତେ ଗୁଡ଼ାଏ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଶୁକ୍ରବାର ଦିନ ସେନା ମୁଖ୍ୟ ବିପିନ ରାଓ୍ଵତ୍ କାର୍ଗିଲ୍ ସହିଦ ଏବଂ ଯୁଦ୍ଧରେ ଲଢ଼ିଥିବା ସୈନିକମାନଙ୍କ ପ୍ରତି ସମ୍ମାନ, ଅଭିବାଦନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଗୋଟାଏ ଗୀତ ରିଲିଜ୍ କରିଛନ୍ତି।
#Kargil Victory is the #Victory of the Nation, victory of our #Courage#Valour#Sacrifice#Kargil#Tribute#Song 'An Ode to the Kargil Soldier' released at New Delhi by General Bipin Rawat #COAS on 05 July 2019. #IndianArmy#20YearsOfKargilVijayhttps://t.co/6Sp05ccOoC
— ADG PI - INDIAN ARMY (@adgpi) July 5, 2019
ଦିଲ୍ଲୀର ମାନେକଶ’ ସେଣ୍ଟର୍ ଠାରେ ଭବ୍ୟ ସମାରୋହରେ ରିଲିଜ୍ ହୋଇଥିବା ଏଇ ଗୀତର ରଚୟିତା ହେଉଛନ୍ତି ଖ୍ୟାତନାମା ହିନ୍ଦୀ ଗୀତିକାର ସମର୍ ଅଞ୍ଜାନ ଏବଂ ଗାଇଛନ୍ତି ଶତଦ୍ରୁ କବୀର। ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ରାଜୁ ସିଂହ। ଏଥିରେ ଅମିତାଭ ବଚ୍ଚନ, ସଲ୍ମନ୍ ଖାଁ, ଭିକି କୌଶଳ ଆଦି ବହୁ ଅଭିନେତାଙ୍କୁ ଦୃଶ୍ୟାୟିତ କରାଯାଇଛି।