ଇତିହାସ ରଚିବାକୁ ଯାଉଛନ୍ତି ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗାବାର୍ଡ଼, ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ
ନୂଆଦିଲ୍ଲୀ: ୨୦୨୦ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗାବାର୍ଡ଼ । ଇତିହାସ ରଚିବା ଅପେକ୍ଷାରେ ଅଛନ୍ତି ତୁଳସୀ ଆଉ ଏକଥା ସେ ନିଜେ ସ୍ପଷ୍ଟ କରିଛନ୍ତି । ଆଗାମୀ ସପ୍ତାହରେ ଏନେଇ ବିଧିବଦ୍ଧ ଘୋଷଣା ହୋଇପାରେ । ଆମେରିକାରେ ପ୍ରଥମ ହିନ୍ଦୁ ସାଂସଦ ଭାବେ ସେ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୦ରେ ମୁଁ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇସାରିଛି ବୋଲି କହିଛନ୍ତି ତୁଳସୀ ଗାବାର୍ଡ଼ । ଆମେରିକା ସିନେଟରେ ହୱାଇର ପ୍ରତିନିଧିତ୍ୱ କରୁଛନ୍ତି ଏହି ଡେମୋକ୍ରାଟିକ ଦଳର ସାଂସଦ। ତେବେ ପୂର୍ବରୁ ୨୦୨୦ରେ ସେ ନିର୍ବାଚନ ଲଢିବେ ବୋଲି ଅନୁମାନ କରାଯାଉଥିଲା । ଗତ ମାସରେ ଏ ନେଇ ସେ ସଙ୍କେତ ମଧ୍ୟ ଦେଇଥିଲେ । ତେବେ ଗାବାର୍ଡ଼ଙ୍କ ଏହି ଘୋଷଣା ପରେ ଆମେରିକା ଇତିହାସରେ ଏହା ପ୍ରଥମ ଥର ଘଟିବ, କୌଣସି ହିନ୍ଦୁଙ୍କୁ କୌଣସି ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡାକରାଯିବ ।
ରାଷ୍ଟ୍ରପତି ଭାବେ ତୁଳସୀ ଗାବାର୍ଡ଼ ନିର୍ବାଚନ ଜିତିଲେ, ସେ ଆମେରିକାର ପ୍ରଥମ ମହିଳା ତଥା ଯୁବ ରାଷ୍ଟ୍ରପତି ହେବ । ତେବେ ଆମେରିକା ପାଇଁ କେଉଁ କେଉଁ ଲକ୍ଷ୍ୟ ନେଇ ନିର୍ବାଚନ ଲଢ଼ୁଛନ୍ତି, ସେକଥା ମଧ୍ୟ ସ୍ପଷ୍ଟ କରିସାରିଛନ୍ତି । ଯୁଦ୍ଧ ଓ ଶାନ୍ତି ପ୍ରତିଷ୍ଠାର ଦିଗରେ ବିଶେଷ ଦୃଷ୍ଟି ଦେବାକଥା ସେ କହିଛନ୍ତି ।
ତୁଳସୀ ଗାବାର୍ଡ଼ ହିନ୍ଦୁ, କିନ୍ତୁ ଭାରତୀୟ ନୁହଁନ୍ତି !
ତୁଳସୀ ଗାବାର୍ଡ଼ ଆମେରିକାର ହୱାଇ ରାଜ୍ୟରୁ ଡେମୋକାର୍ଟିକ ପାର୍ଟିର ସାସଂଦ ଅଟନ୍ତି । ୩୭ ବର୍ଷୀୟ ତୁଳସୀ ହୱାଇ ରାଜ୍ୟରୁ ୪ ଥର ଡିମୋକ୍ରାଟିକ ପାର୍ଟିର ସାଂସଦ ଭାବେ ନିର୍ବାଚନ ଜିତିଛନ୍ତି । ପ୍ରତ୍ୟେକ ଥର ବଡ଼ ଭୋଟରେ ଜିତିଛନ୍ତି ମଧ୍ୟ ।
ରାଜନୀତିରେ ପାଦ ଥାପିବା ପୂର୍ବରୁ ତୁଳସୀ ଗାବେର୍ଡ଼ ୧୨ ମାସ ପାଇଁ ଆମେରିକା ସେନାରେ କାର୍ଯ୍ୟରତ ଥିଲେ । ସବୁଠାରୁ ବଡ କଥା ହେଉଛି ଗାବାର୍ଡ ହିନ୍ଦୁ ହେଲେ ମଧ୍ୟ ସେ ଭାରତୀୟ ନୁହଁନ୍ତି । ତୁଳସୀ ଗାବେର୍ଡଙ୍କ ଜନ୍ମ ଆମେରିକା ସମାଓରେ ଏକ କାଥୋଲିକ ପରିବାରରେ ହୋଇଥିଲା।
ତାଙ୍କ ମା ହିନ୍ଦୁ ଧର୍ମକୁ ଆପଣାଇଥିବା ଯୋଗୁଁ ପରବର୍ତ୍ତୀ ସମୟରେ ସେ ବି ହିନ୍ଦୁ ଧର୍ମକୁ ଆପଣାଇଥିଲେ । ତୁଳସୀ ହେଉଛନ୍ତି ଆମେରିକାର ପ୍ରଥମ ସାଂସଦ, ଯିଏ ଭାଗବତ ଗୀତାକୁ ହାତରେ ଧରି ଶପଥ କରିଥିଲେ । ଭାରତୀୟ ନ ହୋଇ ମଧ୍ୟ ଭାରତୀୟ ମୂଳଧର୍ମ ପ୍ରତି ତାଙ୍କର ଅହେତୁକ ଅନୁରକ୍ତି ରହିଛି ।