ନୂଆଦିଲ୍ଲୀ : ରୁଷ୍-ୟୁକ୍ରେନ ଯୁଦ୍ଧ ଏବଂ ପାକିସ୍ତାନରେ ଅସ୍ଥିରତା ମଧ୍ୟରେ ଆତଙ୍କବାଦୀ ସଂଗଠନଗୁଡ଼ିକର କାର୍ଯ୍ୟକଳାପ ବିଶ୍ୱକୁ ଅଡୁଆରେ ପକାଇଛି। ବୈଶ୍ୱିକ ସ୍ଥିତିକୁ ଦୃଷ୍ଟିରେ ରଖି ଶୁଳ୍କ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଗୁରୁତ୍ୱକୁ ଅନୁଭବ କରିଛନ୍ତି। ସେଥିପାଇଁ ଉଭୟ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଟ୍ରମ୍ପ ତାଙ୍କ ସ୍ୱତନ୍ତ୍ର ଦୂତ ତଥା ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡଙ୍କୁ ଭାରତ ପଠାଇଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ତୁଳସୀ ଗବାର୍ଡ ସ୍ୱତନ୍ତ୍ର ବୈଠକ କରିବେ। ଆମେରିକାର ଗୁଇନ୍ଦା ମୁଖ୍ୟ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ଭାରତରେ ପହଞ୍ଚିଛନ୍ତି। ଏହାବ୍ୟତୀତ ଭାରତରେ ହେବାକୁ ଥିବା ବିଶ୍ୱ ଗୁଇନ୍ଦା ସମ୍ମିଳନୀରେ ଅନ୍ୟ ଦେଶର ଗୁଇନ୍ଦା ମୁଖ୍ୟମାନେ ମଧ୍ୟ ଅଂଶଗ୍ରହଣ କରିବେ। 

Advertisment

ତୁଳସୀ ଗବାର୍ଡଙ୍କ ଭାରତ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ। ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆଲୋଚନା ଏପର୍ଯ୍ୟନ୍ତ ଟ୍ରାକ୍କୁ ଫେରିନାହିଁ। ସେପଟେ ପଶ୍ଚିମ ଏସିଆରେ ହମାସ ଓ ଅନ୍ୟାନ୍ୟ ସଂଗଠନ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଏବେ ପାକିସ୍ତାନରେ ମଧ୍ୟ ସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି।

ତୁଳସୀ ଗବାର୍ଡଙ୍କ ଭାରତ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ। ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆଲୋଚନା ଏପର୍ଯ୍ୟନ୍ତ ଟ୍ରାକ୍କୁ ଫେରିନାହିଁ। ସେପଟେ ପଶ୍ଚିମ ଏସିଆରେ ହମାସ ଓ ଅନ୍ୟାନ୍ୟ ସଂଗଠନ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଏବେ ପାକିସ୍ତାନରେ ମଧ୍ୟ ସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ବେଲୁଚିସ୍ତାନର ଲୋକମାନେ ଏବେ ପାକିସ୍ତାନ ସରକାର ଓ ସେନାର ଅତ୍ୟାଚାର ବିରୋଧରେ ଦୃଢ଼ତାର ସହ ସ୍ୱର ଉତ୍ତୋଳନ କରୁଛନ୍ତି। ପଡ଼ୋଶୀ ଅଞ୍ଚଳରେ ଅସ୍ଥିରତା ଯୋଗୁଁ ଭାରତରେ ଚିନ୍ତା ବଢ଼ିଛି। ସୀମା ପାରରୁ ଲଗାତାର ଭାବେ ଭାରତକୁ ଆତଙ୍କବାଦୀ ପଠାଯାଉଛି। ପ୍ରମାଣ ଦେବା ସତ୍ତ୍ୱେ ପଡ଼ୋଶୀ ଦେଶ ନିଜ କାର୍ଯ୍ୟରୁ ବିରତ ହେଉନାହିଁ। ଏହି ପରିପ୍ରେକ୍ଷୀରେ ଗ୍ଲୋବାଲ ଇଣ୍ଟେଲିଜେନ୍ସ କନଫରେନ୍ସର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି ।