ମୁମ୍ବାଇ: ଉପଯୁକ୍ତ ସମୟରେ ଚିକିତ୍ସା ନ କରାଗଲେ ଟ୍ୟୁମର୍ ଜୀବନ ନେବା ପାଇଁ ବେଶି ସମୟ ନିଏ ନାହିଁ। ଏହି ଟ୍ୟୁମର୍ର ଚିକିତ୍ସା ଲାଗି କେତେ ଜଣଙ୍କୁ ଡାକ୍ତର ଔଷଧ ଦ୍ୱାରା କରାଇବାକୁ ପରାମର୍ଶ ଦେଇଥିବା ବେଳେ ଆଉ କେତେ ଜଣଙ୍କୁ ଅସ୍ତ୍ରୋପଚାର ଦ୍ୱାରା କରାଇବାକୁ କହିଥାନ୍ତି।
ନିକଟରେ ଦେଖିବାକୁ ମିଳିଛି ଏକ ଏପରି ଘଟଣା ଯାହା ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଦରଭଙ୍ଗାର ୨୮ ବର୍ଷୀୟା ମଞ୍ଜୁ ଦେବୀ ଗତ ୩ ବର୍ଷ ହେବ ନିଜ ଡାହାଣ ପେଟରେ ଦରଜ ଅନୁଭବ କରୁଥିଲେ। ସେ ମୁମ୍ବାଇର ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କର ସ୍କାନ କରାଯାଇଥିଲା। ଏହି ସ୍କାନରୁ ଜାଣିବାକୁ ମିଳିଲା ଯେ ମଞ୍ଜୁଙ୍କ ଶରୀରରେ ୩୧/୧୯ ସେଣ୍ଟି ମିଟରର ଏକ ଟ୍ୟୁମର୍ ରହିଛି।
ଟ୍ୟୁମର୍ଟି ତାଙ୍କ କିଡନୀରେ ଥିଲା। ଯାହାର ଆକୃତି ଏଯାବତ୍ ସମସ୍ତ ଟ୍ୟୁମର୍ଠାରୁ ବୃହତ୍ତମ। ଏଠାରେ ଜାଣିରଖନ୍ତୁ ଯେ ସାଧାରଣ ମଣିଷର କିଡ୍ନୀର ଓଜନ ୧୧୦ରୁ ୧୪୦ ଗ୍ରାମ ହୋଇଥାଏ। ମଞ୍ଜୁଙ୍କ ପେଟରୁ ବାହାରିଥିବା ଟ୍ୟୁମର୍ର ଓଜନ ଥିଲା ୫.୫କିଲୋ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/dc-Cover-haiaosb4mhrjt5qa8e5i5htjk6-20171011141413.Medi_.jpeg)