ହାଇଦ୍ରାବାଦ: ତେଲେଙ୍ଗାନା ନାଗରକୁରନୁଲ ଜିଲ୍ଲାରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ଫସି ରହିଥିବା ୮ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଜୋରଦାର ଚାଲିଛି ଅପରେସନ୍ । ରାତି ସାରା ଏସ୍ଡିଆରଏଫ୍ ଟିମ୍ ଉଦ୍ଧାର କାମରେ ଲାଗିଥିଲେ ମଧ୍ୟ ଟନେଲ ଭିତରକୁ ଯିବା ସମ୍ଭବ ହୋଇନାହିଁ । ଟନେଲ୍ ଭିତରେ କାଦୁଅ ଭର୍ତ୍ତି ହୋଇଥିବାରୁ ଅନ୍ୟ ବାଟ ଦେଇ ଯିବା ପାଇଁ ଉଦ୍ୟମ କରାଯାଉଛି। ଭାରତୀୟ ସେନା ଓ ଏନ୍ଡିଆରଏଫ୍ର ମଧ୍ୟ ସହାୟତା ନିଆଯାଉଛି। ସୁଡଙ୍ଗ କାମ ଦୀର୍ଘ ଦିନ ଧରି ଅଟକି ରହିଥିଲା। ୪ ଦିନ ତଳେ ପୁଣି ଥରେ କାମ ଆରମ୍ଭ ହୋଇଥିଲା। ଏକ ଲିକ୍କୁ ମରାମତି କରିବା ପାଇଁ କିଛି ଶ୍ରମିକ ଓ ଇଞ୍ଜିନିୟର ଯାଇଥିବା ବେଳେ ଅଘଟଣ ଘଟିଥିଲା।
ତେବେ ସେମାନଙ୍କ ମଧ୍ୟରୁ ଅନେକ ବାହାରି ଆସିବାରେ ସଫଳ ହୋଇଥିଲେ। ୨ ଜଣ ଇଞ୍ଜିନିୟର, ୨ ଜଣ ମେସିନ୍ ଅପରେଟର ଓ ୪ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି। ଏମାନେ ଝାଡଖଣ୍ଡ, ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର ଓ ପଞ୍ଜାବର ବାସିନ୍ଦା ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/23/eqU9o8jjMfLB1d6aH3hV.jpg)