ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ଏକ ସୁଡ଼ଙ୍ଗ ଠାବ ହୋଇଛି। ବିଧାନସଭା ବାଚସ୍ପତି ରାମ ନିୱାସ ଗୋୟଲ କହିଛନ୍ତି ଯେ ଏହି ସୁଡ଼ଙ୍ଗ ପ୍ରାୟ ୭ କିମି ଲମ୍ବ ଏବଂ ଏହା ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି। ବ୍ରିଟିସ୍ ସରକାର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଫାଶୀ ଦେବାପାଇଁ ସ୍ଥାନାନ୍ତର କରିବା ବେଳେ ପ୍ରତିରୋଧରୁ ବର୍ତ୍ତିବା ପାଇଁ ଏହି ସୁଡଙ୍ଗ ବ୍ୟବହାର କରୁଥିଲେ ବୋଲି ସେ କହିଛନ୍ତି। ତେବେ ଏହି ସୁଡ଼ଙ୍ଗର ଇତିହାସକୁ ନେଇ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ। ଏହି ସୁଡ଼ଙ୍ଗର ଆରମ୍ଭ ଓ ଶେଷ ସଂପର୍କରେ ସୁରାକ୍ ମିଳିଥିବାରୁ ଆଗକୁ ଅଧିକ ଖୋଦେଇ ହେବନାହିଁ ବୋଲି ସେ କହିଛନ୍ତି। ଏହି ସୁଡ଼ଙ୍ଗ ସଂପର୍କରେ ପ୍ରଥମେ ୨୦୧୬ ଫେବ୍ରୁଆରି ୫ ତାରିଖରେ ଜଣାପଡ଼ିଥିଲା। ଏବେ ଯେଉଁସ୍ଥାନରେବିଧାନସଭା ଅଛି ପୂର୍ବରୁ ସେଠାରେ ବ୍ରିଟିଶ୍ ଅଦାଲତ ଥିଲା ଏବଂ ସେଠାରେ ସ୍ବାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦଣ୍ଡାଦେଶ ହେଉଥିଲା।
ଦିଲ୍ଲୀ ବିଧାନସଭାରେ ସୁଡ଼ଙ୍ଗ: ୭ କିମି ଲମ୍ବା, ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି
ବ୍ରିଟିସ୍ ସରକାର ବ୍ୟବହାର କରୁଥିଲେ
/sambad/media/post_attachments/wp-content/uploads/2021/09/assembly-sudanga.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)