ହାଇଦ୍ରାବାଦ: ଶ୍ରୀସେଲମ ସୁଡ଼ଙ୍ଗଟ୍ଟ ଯେଉଁଠାରେ ଜୀବନ ସହ ସଂଗ୍ରାମ କରୁଛନ୍ତି ୮ ଶ୍ରମିକ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଜୋରଦାର ଉଦ୍ୟମ କରାଯାଉଛି ସତ ହେଲେ ଉଦ୍ଧାର ହୋଇପାରୁନାହାନ୍ତି ସେମାନେ । କେମିତି ସେମାନଙ୍କୁ ଉଦ୍ଧାର କରାଯିବ ସେନେଇ ପ୍ରଶାସନ ବି ଚିନ୍ତାରେ । 

Advertisment

ସ୍ଥଳସେନା, ନୌସେନା ସହ ଏନଡିଆରଏଫ୍‌ ଓ ଏସଡିଆରଏଫ ଟିମ୍‌ ତତ୍ପର ହୋଇପଡଛନ୍ତି । ଗତ ୨୨ ତାରିଖ ସକାଳୁ ସକାଳୁ ଭୁଶୁଡିପଡିଥିଲା ତେଲେଙ୍ଗାନା ନଗର କୁର୍ଣ୍ଣୁଲ ଜିଲ୍ଲାର ନିର୍ମାଣଧୀନ ଶ୍ରୀସେଲମ ଟନେଲ । ଏହାରି ଭିତରେ ଘଟଣାକୁ ୩ ଦିନ ବିତିଯାଇଛି କିନ୍ତୁ ଏବେ ଉଦ୍ଧାର କରୁଥିବା ପୂରା ଟିମ୍‌ । ଖାସ କରି ଶେଷ ୪୦ ମିଟର ଚ୍ୟାଲେଂଜ ପାଲଟିଛି  , ସେପଟେ ପୂରା ମାଟି ପାଣିରେ ଭର୍ତ୍ତି ହୋଇଛି ସୁଡଙ୍ଗ ।  ଉଦ୍ଧାର କାମରେ ମୋଟ ୩୦୦ ଯବାନ ଲାଗିଛନ୍ତି ।  

ଏହି ଉଦ୍ଧାର କାମରେ ସେହିମାନେ ସାମିଲ ଅଛନ୍ତି । ଯେଉଁମାନେ ୨୦୨୩ ଉତ୍ତରାଖଣ୍ଡରେ ଘଟିଥିବା ସୁଡଙ୍ଗ ଅଘଟଣରେ ୪୩ରୁ ଅଧିକ ଶ୍ରମିକଙ୍କ ଉଦ୍ଧାର କରିଥିଲେ । ମନେଥିବ ନିଶ୍ଚୟ ଉତ୍ତରାଖଣ୍ଡର ସେହି ଦୁର୍ଘଟଣା । ତେବେ ସୂଚନା ଅନୁଯାୟୀ ଶନିବାର କାମ ଚାଲିବା ସମୟରେ ହଠାତ୍‌ ସୁଡଙ୍ଗର ଭିତର ଚଟାଣ ଭାଙ୍ଗିବା ଫଳରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ୮ଜଣ ଫଶିରହିଥିଲେ  ।

ତେବେ ପାଣି ଓ ପଙ୍କ ପାଇଁ ଉଦ୍ଧାରକାମ ବାଧାପ୍ରାପ୍ତ ହେବା ସହ ଓ ଶ୍ରମିକଙ୍କ ଜିଇଁଥିବା ନେଇ ଆଶା କମ ବୋଲି ମଧ୍ୟ ସୂଚନା ଦେଇଛନ୍ତ  ମନ୍ତ୍ରୀ କ୍ରିଷ୍ଣା ରାଓ । ୨ ଶହ ମିଟର ଯାଏଁ ମେସିନ ଖନନ କରି ଶ୍ରମିକଙ୍କ ନିକଟରେ ପହଁଚିବାକୁ ଉଦ୍ୟମ ଜାରି  ରଖିଛି । ଉଦ୍ଧାର କାମରେ ଭାରତୀୟ ସେନା, ଏନଡିଆରଏଫ ଓ ସ୍ବତନ୍ତ୍ର ଉଦ୍ଧାରକାରୀ ଟିମ ନିୟୋଜିତ ଅଛନ୍ତି । ତେବେ ଏହି ଟନେଲ କାମ ଟି ଖରାପ ପାଣିପାଗ ଯୋଗୁଁ ସରିପାରୁନଥିବା କୁହାଯାଉଛି ।

ତେବେ ପ୍ରଶ୍ନ ଉଠୁଛି କେଉଁଠି ଫସିଛି ସେ ୮ ଜୀବନ , ସେହି ଲମ୍ବା  ସୁଡଙ୍ଗ ଭିତରେ ସଂର୍ଘଷ କରୁଛନ୍ତି ସେହି ନୀରିହ ୮ ଶ୍ରମିକ , ତେବେ ଗତ ଶନିବାର ଘଟିଥିଲା ଏହି ଘଟଣା  ଏବେ କେବଳ ଭଗବାନଙ୍କ ଭରସାରେ ସେହି ୮ ଜୀବନ..