ବାୟୁସେନା କେବଳ ସେନାର ଏକ ସହାୟକ ବାହିନୀ ନୁହେଁ… ସିଡିଏସଙ୍କ ବୟାନକୁ ନେଇ ବାୟୁସେନାରେ ଅସନ୍ତୋଷ

ନୂଆଦିଲ୍ଲୀ : ପ୍ରତିରକ୍ଷା ମୁଖ୍ୟ ବା ଚିଫ ଅପ ଡିଫେନ୍ସ ଷ୍ଟାଫ (ସି଼ଡିଏସ) ଜେନେରାଲ ବିପିନ ରାଓ୍ବତଙ୍କ ଏକ ବୟାନକୁ ନେଇ ଭାରତୀୟ ପ୍ରତିରକ୍ଷା ବାହିନୀର ଦୁଇଟି ପ୍ରମୁଖ ଅଂଗ ସେନା ଓ ବାୟୁସେନା ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ।

କିଛିଦିନ ତଳେ ଜେନେରାଲ ରାଓ୍ବତ କହିଥିଲେ ଯେ ଭାରତୀୟ ବାୟୁସେନା ଭାରତୀୟ ସେନାର ଏକ ସହାୟକ ବାହିନୀ ଭାବେ ରହି ଆସିଛି । ସେନାର ଯେପରି ଆର୍ଟିଲାରୀ ୟୁନିଟ୍, ଇଂଜିନିୟରିଂ ୟୁନିଟ ରହିଛି, ବାୟୁସେନା ସେହିପରି ଏକ ସହାୟକ ବାହିନୀ । ଏହା ଗ୍ରାଉଣ୍ଡ ଫୋର୍ସକୁ ସହାୟତା ଯୋଗାଇଥାଏ । କିନ୍ତୁ ସେମାନଙ୍କର କେତେକ ସ୍ବତନ୍ତ୍ର ଦାୟିତ୍ବ ରହିଛି । ଯେପରିକି ବାୟୁ ସୁରକ୍ଷା କରିବା ଓ ସେନାକୁ ସହାୟତା କରିବା । ଏହାକୁ ସେମାନେ (ବାୟୁସେନା) ବୁଝିବା ଆବଶ୍ୟକ ।

ତେବେ ସିଡିଏସଙ୍କ ଏହି ବୟାନର ବିରୋଧ କରିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ଆରକେଏସ ଭାଦୁରିଆ । ସେ କହିଛନ୍ତି ଆଧୁନିକ ଇଣ୍ଟିଗ୍ରେଟେଡ୍ ଯୁଦ୍ଧ କ୍ଷେତ୍ରରେ ବାୟୁ ଶକ୍ତିର ସବୁଠାରୁ ମହତ୍ବପୂର୍ଣ୍ଣ ଭୂମିକା ରହିଛି । କେବଳ ସେନାକୁ ସହାୟତା ନୁହେଁ ଏହା ଆହୁରି ଅନେକ କିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ଓ ଦାୟିତ୍ବ ରହିଛି । ଗୋଟିଏ ଏୟାର ପ୍ଲାନ କରିବା ବେଳେ ଏନେକକିଛି ଯୋଜନା କରିବାକୁ ପଡ଼ିଥାଏ । ଆମକୁ ଏହାକୁ ବୁଝିବାକୁ ପଡ଼ିବ ।

 

ସମ୍ବନ୍ଧିତ ଖବର