ଇସ୍ତାନ୍‌ବୁଲ୍‌: ଆଜି ଆଜି ଦକ୍ଷିଣପୂର୍ବାଞ୍ଚଳ ତୁର୍କୀରେ ସଂଘଠିତ ୭.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅନ୍ୟୂନ ୫୬୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

Advertisment

କିନ୍ତୁ, ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ବର୍ତ୍ତମାନ ସୁଦ୍ଧା ୫୬୮ରୁ ଅଧିକ ହୋଇଥିବା ବ‌େଳେ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। କାରଣ ଲୋକେ ଶୋଇଥିବା ବ‌େଳେ ଭୂମିକମ୍ପ ସଂଘଠିତ ହୋଇଥିବାରୁ ଧରାଶାୟୀ ହୋଇଥିବା ଅଟ୍ଟାଳିକାଗୁଡ଼ିକର ଭଗ୍ନସ୍ତୂପ ତଳେ ଅନେକ ଲୋକ ପୋତି ହୋଇପଡ଼ିଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଆଲେପ୍ପୋ, ଲଟାକିଆ, ହାମା ଏବଂ ତାର୍ତସ୍‌ ପ୍ରଦେଶରେ ୬୨୯ଜଣ ବ୍ୟକ୍ତି ଆହତ ହୋଇଥିବା ବ‌େଳେ ୨୩୭ଜଣଙ୍କର ମୃତ୍ୟୁ ଘଟିଛି।

ତୁର୍କୀର ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ମାଲାତିୟା ପ୍ରଦେଶରେ ଅନ୍ୟୂନ ୧୩୦ଟି କୋଠାଘର ଭାଙ୍ଗିଯାଇଥିବା ବେଳେ ଦିୟାବକିର୍‌ରେ ୧୬ଟି କୋଠାଘର ଭାଙ୍ଗିଯାଇଛି। ଭଗ୍ନସ୍ତୂପ ତଳେ ପୋତି ହୋଇ ପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।

publive-image Image Courtesy of Mint

ତୁର୍କୀରେ ସଂଘଠିତ ଭୂମିକମ୍ପ ଯୋଗୁଁ ଇଟାଲିର ସରକାରୀ ଅଧିକାରୀମାନେ ଦକ୍ଷିଣ ଇଟାଲିରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି।

ସେହିପରି, ପ୍ରଳୟଙ୍କରୀ ବନ୍ୟା ଆଶଙ୍କା ଟାଳିବା ଲାଗି ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଥିବା ଜଳଭଣ୍ଡାର ଫାଟ ସୃଷ୍ଟି ହୋଇଛି କି, ନାହିଁ ଯାଞ୍ଚ କରିବା ଲାଗି ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ତୁର୍କୀର ଏକାଡେମି ଅଫ୍‌ ସାଇନ୍‌ସେସ୍‌ର ଭୂକମ୍ପ ବିଶେଷଜ୍ଞ ନେସି ଗୋରୁର୍‌ କହିଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ତୁର୍କୀରେ ଭୂମିକମ୍ପଜନିତ ଧନଜୀବନ କ୍ଷତି ଯୋଗୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିବା ସହିତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି: ତୁର୍କୀରେ ଭୂମିକମ୍ପଯୋଗୁଁ ଧନଜୀବନ କ୍ଷତି ପାଇଁ ମର୍ମାହତ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ଆରୋଗ୍ୟ ହୁଅନ୍ତୁ। ତୁର୍କୀବାସୀଙ୍କୁ ସାହାଯ୍ୟ କରିବାକୁ ଭାରତବାସୀ ତତ୍ପର ଏବଂ ଏଭଳି ଦୁଃଖଦ ସମୟରେ ସମସ୍ତ ସମ୍ଭାବ୍ୟ ସହାୟତା ‌‌ଯୋଗାଇ ଦେବାକୁ ପ୍ରସ୍ତୁତ।