ଇସ୍ତାନବୁଲ୍ : ତୁର୍କୀର ଏଜିୟନ ଉପକୂଳରେ ଗତକାଲି ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ପ୍ରାୟ ୮୦୦ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଏଜିୟନ ଉପକୂଳରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିଲା। ଭୂକମ୍ପ ପ୍ରଭାବରେ ତୁର୍କୀ ଓ ଗ୍ରୀସ୍ରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିଲା। ଗ୍ରୀସର ସାମୋସ ସହର ଓ ତୁର୍କୀର ଇଜ୍ମି ସହର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଆଜି ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଧ୍ବଂସ ପାଇଯାଇଥିବା ବଡ଼ବଡ଼ କୋଠା ତଳେ ଏବେ ବି ଅନେକ ଲୋକ ଫସି ରହିଥିବା ଜଣାପଡ଼ିଛି।
ତୁର୍କୀ-ଗ୍ରୀସ୍ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଲା
/sambad/media/post_attachments/wp-content/uploads/2020/11/Turkey-Greece-quake.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)