ତୁର୍କୀ ହାତରେ ଧରାପଡ଼ିଛନ୍ତି ଅବୁ ବାକର୍‌ ଅଲ୍‌-ବଗ୍‌ଦାଦିଙ୍କ ପତ୍ନୀ

ଅଙ୍କାରା: ଇସ୍‌ଲାମିକ୍‌ ଷ୍ଟେଟ୍‌ ଗ୍ରୁପ୍‌ର ନିହତ ନେତା ଅବୁ ବାକର୍‌ ଅଲ୍‌-ବାଗ୍‌ଦାଦିଙ୍କ ପତ୍ନୀ ତୁର୍କୀ ହାତରେ ଧରାପଡ଼ିଥିବା କଥା ବୁଧବାର ଦିନ ତୁର୍କୀର ରାଷ୍ଟ୍ରପତି ରେଜେପ୍ପୁ ତାଇପୁ ଏରୁଦୋଆଁ କହିଛନ୍ତି।

ରାଜଧାନୀ ଅଙ୍କାରା ଠାରେ ଭାଷଣ ଦେବା ସମୟରେ ଏରୁଦୋଆଁ ଏକଥା ଘୋଷଣା କରିଥିଲେ ବି ଏ ବିଷୟ ଆଉ ବିଶେଷ କିଛି କହି ନ ଥିଲେ। ସେ ମହିଳାଙ୍କୁ କେତେବେଳେ ଓ କେମିତି ଧରିଲେ କିଂବା ତାଙ୍କ ନାଁ କେମିତି ଜାଣିଲେ- ସେକଥା ରାଷ୍ଟ୍ରପତି କହି ନାହାନ୍ତି।

ଅଲ୍‌-ବଗ୍‌ଦାଦିଙ୍କର ଚାରି ଜଣ ପତ୍ନୀ ଥିବା କଥା ଶୁଣାଯାଏ। ନୌର୍‌ ନାମ୍ନା ତାଙ୍କର ଜଣେ ଇରାକୀୟ ପତ୍ନୀ ମଧ୍ୟ ଅଛନ୍ତି। ୨୦୧୪ରେ ମଧ୍ୟ ବଗ୍‌ଦାଦିଙ୍କର ଜଣେ ପୂର୍ବତନ ପତ୍ନୀଙ୍କୁ ଗିରଫ କରାଯାଇଥିଲା।

Image Source: ABC

ବଗ୍‌ଦାଦିଙ୍କୁ ହତ୍ୟା ଖବରକୁ ପ୍ରଚାର ଅଭିଯାନ ଭଳି ବ୍ୟବହାର କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାକୁ ସମାଲୋଚନା କରି ଏରୁଦୁଆଁ କହିଲେ: ଆମେ ତାଙ୍କ ପତ୍ନୀଙ୍କୁ ଧରିଛୁ, କିନ୍ତୁ ସେ ବିଷୟରେ ଆମେ ରାଷ୍ଟ୍ର କରି ନାହୁଁ। ପ୍ରଥମ ଥର ଲାଗି ସେ କଥା ମୁଁ ଏଠାରେ ଘୋଷଣା କରୁଛି।

ଅଜାଜ୍‌ ସହରରୁ ଅଲ୍‌-ବଗ୍‌ଦାଦିଙ୍କ ବଡ଼ଭଉଣୀ ରସ୍‌ମିୟା ଆଓ୍ଵାଦଙ୍କୁ ତୁର୍କୀୟ ସେନା ଧରିବାର ଦିନକ ପରେ ଏରୁଦୁଆଁ ଏ ଭଳି ଘୋଷଣା କରିଛନ୍ତି। ୬୫ ବର୍ଷୀୟ ଆଓ୍ଵାଦ୍‌ ତାଙ୍କ ସ୍ୱାମୀ, ବୋହୂ ଏବଂ ପାଞ୍ଚଜଣ ପିଲାଙ୍କ ସହ ରହୁଛନ୍ତି। ସେ ଚରମପନ୍ଥୀମାନଙ୍କ ସଙ୍ଗଠନରେ ଯୋଗ ଦେଇଛନ୍ତି ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର