ନୂଆଦିଲ୍ଲୀ : ଦକ୍ଷିଣ ତୁର୍କୀରେ ସୋମବାର ସନ୍ଧ୍ୟାରେ ପୁଣିଥରେ ଭୂକମ୍ପ ହୋଇଛି। ଭୂକମ୍ପ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଅଛି। ସିରିୟା ସୀମା ନିକଟସ୍ଥ ତୁର୍କୀର ହତୟ ପ୍ରଦେଶରେ ‌ସୋମବାର ସନ୍ଧ୍ୟାରେ ୬.୩ ତୀବ୍ରତାର ଏକ ଭୂକମ୍ପ ହୋଇଥିବା ବେଳେ ଏହା ପରେ ୯ ଥର ପରବର୍ତ୍ତୀ କମ୍ପନ ଅନୁଭୂତ ହୋଇଛି । ଡେଫନେ ଜିଲ୍ଲା ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଦେଶର ଦକ୍ଷିଣ ହତୟ ପ୍ରଦେଶର ଅନ୍ତକ୍ୟା ସହରରେ ପ୍ରାୟ ୮ ଜଣଏକ କୋଠାତଳେ ଫସି ଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦକ୍ଷିଣପଶ୍ଚିମ ସିରିୟାରେ ମଧ୍ୟ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ସଦ୍ୟ ଭୂକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା କମ୍‌ ରହିଛି। କାରଣ ଫେବ୍ରୁଆରି ୬ ତାରିଖର ଭୂକମ୍ପ ପରେ ଉକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଖାଲି ହୋଇଯାଇଛି।