ଅଙ୍କାରା : ଇରାନ ଉପରେ ଇସ୍ରାଏଲ ଦ୍ୱାରା ଗୋଟିଏ ପରେ ଗୋଟିଏ ଭୟାନକ ଆକ୍ରମଣ ଯୋଗୁଁ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଚିନ୍ତିତ ହୋଇଯାଇଛନ୍ତି। ଶୁକ୍ରବାର ପ୍ରତ୍ୟୁଷରେ ଇସ୍ରାଏଲ ଇରାନର ପରମାଣୁ ସ୍ଥାନ ଏବଂ ସାମରିକ ଘାଟି ଉପରେ ବିମାନ ଆକ୍ରମଣ କରିଥିଲା, ଯେଉଁଥିରେ ଅନେକ ପ୍ରମୁଖ ଇରାନୀ ସାମରିକ କମାଣ୍ଡର ଏବଂ ପରମାଣୁ ବୈଜ୍ଞାନିକମାନେ ପ୍ରାଣ ହରାଇଥିଲେ। ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ୍ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଏହାକୁ ଏକ ଉତ୍ତେଜନାପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ।
ଏର୍ଡୋଗାନ୍ କହିଛନ୍ତି ଯେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ଅଞ୍ଚଳକୁ ବିନାଶ ଆଡ଼କୁ ନେଇଯିବାକୁ ଚେଷ୍ଟା କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ସେ କହିଛନ୍ତି, "ନେତନ୍ୟାହୁ ଏବଂ ତାଙ୍କ ନରସଂହାର ନେଟୱାର୍କର ଆକ୍ରମଣ ଆମର ସମଗ୍ର ଅଞ୍ଚଳ ଏବଂ ବିଶ୍ୱକୁ ଜଳାଇଦେବ, ସେଗୁଡ଼ିକୁ ବନ୍ଦ କରାଯିବା ଉଚିତ।"
ଏର୍ଡୋଗାନ୍ କହିଛନ୍ତି ଯେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ଅଞ୍ଚଳକୁ ବିନାଶ ଆଡ଼କୁ ନେଇଯିବାକୁ ଚେଷ୍ଟା କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ସେ କହିଛନ୍ତି, "ନେତନ୍ୟାହୁ ଏବଂ ତାଙ୍କ ନରସଂହାର ନେଟୱାର୍କର ଆକ୍ରମଣ ଆମର ସମଗ୍ର ଅଞ୍ଚଳ ଏବଂ ବିଶ୍ୱକୁ ଜଳାଇଦେବ, ସେଗୁଡ଼ିକୁ ବନ୍ଦ କରାଯିବା ଉଚିତ।" ସେ କହିଛନ୍ତି ଯେ ଆମେ ଏହି ଅଞ୍ଚଳରେ ଘଟୁଥିବା ଘଟଣାବଳୀ ଉପରେ କଡ଼ା ନଜର ରଖିଛୁ।
ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇସ୍ରାଏଲ ଆକ୍ରମଣ ଯୁକ୍ତିଯୁକ୍ତ । କାରଣ ଇରାନକୁ ପରମାଣୁ ଚୁକ୍ତି ପାଇଁ ପୂର୍ବରୁ ସୁଯୋଗ ଦିଆଯାଇଥିଲା । ତେବେ ଏବେ ବି ଇରାନ ପରମାଣୁ ଚୁକ୍ତି କରିପାରିବ, ନୋଚେତ ଇସ୍ରାଏଲ ପାଖରେ ଅନେକ ଭୟଙ୍କର ଅସ୍ତ୍ରଶସ୍ତ୍ର ଅଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/13/o7AOOI1y7pmrQV5rgztr.jpg)