ନୂଆଦିଲ୍ଲୀ: ଯେଉଁ ଜିନିଷକୁ ପାଇବା ପାଇଁ ଭାରତ ଆଗରେ ହାତ ପତାଉଛନ୍ତି ଅନେକ ଦେଶ, ତାକୁ ଖରାପ କହି ଫେରାଇ ଦେଲା ତୁର୍କୀ। ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ଗହମ ସଙ୍କଟ ଦେଖାଦେଇଛି। ଗହମ ପାଇଁ ଭାରତ ଆଗରେ ଅନେକ ଦେଶ ହାତ ପତାଉଥିବା ବେଳେ ତୁର୍କୀ ଭାରତରୁ ରପ୍ତାନୀ‌ ହୋଇଥିବା ଗହମକୁ ଖରାପ ଅଛି ବୋଲି କହି ଫେରାଇ ଦେଇଥିବା ଜଣାପଡ଼ିଛି। ତୁର୍କୀ କହିଛି ଯେ ଭାରତରୁ ଆସିଥିବା ଗହମରେ ରୁବେଲା ଭୂତାଣୁ ଚିହ୍ନଟ ହୋଇଛି। ଗହମରେ ଫାଇଟୋସାନିଟାରୀ ସମସ୍ୟାକୁ ତୁର୍କୀ ଦର୍ଶାଇଛି। ଏହି କାରଣ ଦର୍ଶାଇ ମେ’ ୨୯ରେ, ତୁର୍କୀ ଭାରତରୁ ରପ୍ତାନୀ ହୋଇଥିବା ଗହମକୁ ଫେରାଇ ଦେଇଛି।

Advertisment

ଏସଆଣ୍ଡପି ଗ୍ଲୋବାଲ୍ କମୋଡିଟି ଇନ୍ସାଇଟ୍ସର ଏକ ରିପୋର୍ଟ ଅନୁଯାୟୀ ତୁର୍କୀ ଜାହାଜରେ ୫୬,୮୭୭ଟନ୍ ଗହମ ବୋଝେଇ କରାଯାଇ ପଠାଯାଇଥିଲା। ହେଲେ ବର୍ତ୍ତମାନ ଏହି ଜାହାଜଟି ତୁର୍କୀରୁ ଗୁଜୁରାଟର କାନ୍ଧଲା ବନ୍ଦରଗାହକୁ ଫେରାଇ ଦିଆଯାଇଛି। ଇସ୍ତାନବୁଲର ଜଣେ ବ୍ୟବସାୟୀ କହିଛନ୍ତି ଯେ ଭାରତରୁ ଆସିଥିବା ଗହମରେ ରୁବେଲା ଭୂତାଣୁ ମିଳିଛି। ଏହି କାରଣରୁ, ତୁର୍କୀର କୃଷି ମନ୍ତ୍ରାଳୟ ଏହି ସାମଗ୍ରୀ ଗ୍ରହଣ କରିବାକୁ ମନା କରିଦେଇଛି। ଏହାଫଳରେ ଜାହାଜଟି ତୁର୍କରୁ ପୁଣି ଭାରତକୁ ଯାତ୍ରା ଆରମ୍ଭ କରିଛି। ଜୁନ ମଧ୍ୟଭାଗରେ ଜାହାଜଟି କାନ୍ଧଲା ବନ୍ଦରଗାହରେ ପହଞ୍ଚିବ ବୋଲି କୁହାଯାଉଛି।

publive-image indiaseatradenews

ସାରା ବିଶ୍ବରେ ଗହମ ସଙ୍କଟ ଦେଇଥିବା ବେଳେ ଭାରତରୁ ଗହମ କିଣିବାକୁ ବିଭିନ୍ନ ଦେଶ ହାତ ପତାଉଥିବା ବେଳେ ତୁର୍କୀ ଭାରତର ଗହମ କିଣିବାକୁ ମନା କରିଦେଇଛି।