ସିରିଆରେ ୩୪୨ ବିଦ୍ରୋହୀ ନିହତ : ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ

ଅଙ୍କାରା : ସିରିଆ ଉପରେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୩୪୨ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ବୋଲି ତୁର୍କୀ କହିଛି । ଉତ୍ତର ସିରିଆରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ଏହି ସାମରିକ କାର୍ଯ୍ୟାନୁଷ୍ଠାନର ଲକ୍ଷ୍ୟ ବୋଲି ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକାର କହିଛନ୍ତି । ଉତ୍ତର ସିରିଆରେ ସକ୍ରିୟ ଥିବା କୁର୍ଦିସ୍ତାନ ଓ୍ଵାର୍କର୍ସ ପାର୍ଟି ବିରୋଧରେ ତୁର୍କୀ ଏହି ଆକ୍ରମଣ କରିଛି । ଏହି ପାର୍ଟିକୁ ତୁର୍କୀ ଆତଙ୍କବାଦୀ ସଂଗଠନ ବୋଲି କହୁଛି ।

ତେବେ ସିରିଆ ଉପରେ ତୁର୍କିର ଆକ୍ରମଣକୁ ନେଇ ସମଗ୍ର ବିଶ୍ୱରେ ବିରୋଧ ପ୍ରକାଶ ପାଇଛି । ୟୁରୋପୀୟ ସଂଘ,ଆମେରିକା ପ୍ରଭୃତି ଦେଶ ଏହାକୁ ବିରୋଧ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହି କାର୍ଯ୍ୟ ପାଇଁ ତୁର୍କୀକୁ ବହୁମୂଲ୍ୟ ଦେବାକୁ ପଡିବ । ସେହିପରି ୟୁରୋପୀୟ ଦେଶ ନରେଓ୍ଵ ତୁର୍କୀକୁ ପ୍ରତିରକ୍ଷା ଉପକରଣ ରପ୍ତାନି ବନ୍ଦ କରିଛି । ଅନ୍ୟପକ୍ଷରେ ଯଦି ଏହି ଆକ୍ରମଣକୁ ୟୁରୋପୀୟ ସଂଘ ବିରୋଧ କରେ ତେବେ ୟୁରୋପକୁ ଲକ୍ଷ ଲକ୍ଷ ସିରିଆ ଶରଣାର୍ଥୀଙ୍କୁ ପଠାଇଦେବ ବୋଲି ତୁର୍କୀ ଧମକ ଦେଇଛି।

ସମ୍ବନ୍ଧିତ ଖବର