ପ୍ରିନ୍ସ ସଲମାନ୍‌ ବନ୍ଧୁଙ୍କ ଭବନରେ ଖସୋଗିଙ୍କ ଦେହାବଶେଷ ଖୋଜୁଛି ତୁର୍କୀ

ଅଙ୍କାରା: ସାଉଦି ସାମ୍ବାଦିକ ଜମାଲ୍‌ ଖସୋଗି ହତ୍ୟା ମାମଲାରେ ସାଉଦି କ୍ରାଉନ୍‌ ପ୍ରିନ୍ସ ସଲମାନ୍‌ ସିଧାସଳଖ ଭାବେ ସମ୍ପୃକ୍ତ ଏବଂ ସଲମାନ୍‌ଙ୍କ ନିର୍ଦ୍ଦେଶ କ୍ରମେ ହିଁ ଖସୋଗିଙ୍କୁ ହତ୍ୟା କରାଯାଇଛି ବୋଲି ସିଆଇଏ ରିପୋର୍ଟରୁ ଜଣାପଡ଼ିବା ପରେ ଏବେ ତୁର୍କୀ ପୁଲିସ ଖସୋଗିଙ୍କ ‌ଦେହାବଶେଷ ଖୋଜିବା ଆରମ୍ଭ କରିଦେଇଛି। ତୁର୍କୀର ଏକ ପୁଲିସ ଟିମ୍‌ ଏବେ ପ୍ରିନ୍ସ ସଲମାନ୍‌ଙ୍କ ଜଣେ ବନ୍ଧୁଙ୍କ ଭବନରେ ଏନେଇ ତଲାସି ଚଳାଇଛି। ଗତକାଲି ସଲମାନ୍‌ଙ୍କ ବନ୍ଧୁଙ୍କ ଭବନରେ ଦୀର୍ଘ ୧୦ ଘଣ୍ଟା ଧରି ତଲାସି ଜାରି ରହିଥିଲା। ଏଥିପାଇଁ କୁକୁର ଏବଂ ଡ୍ରୋନ୍‌ ବ୍ୟବହାର ହୋଇଥିଲା। ଭବନର ବଗିଚାରେ ଥିବା ୩ ଟି କୂଅକୁ ଭଲଭାବେ ଯାଞ୍ଚ କରାଯାଇଛି। ପ୍ରିନ୍ସ ସଲମାନ୍‌ଙ୍କ ଘନିଷ୍ଠ ବନ୍ଧୁ ମହମ୍ମଦ ଅହମଦ ଅଲ-ଫଜାନ୍‌ଙ୍କ ଘରେ ଚଢ଼ଉ ଚାଲିଛି।

ସମ୍ବନ୍ଧିତ ଖବର