ଇସ୍ତାନବୁଲ: ତୁର୍କୀରେ ଭୂମିକମ୍ପର ୪ଦିନ ପରେ ଭଙ୍ଗା ଅବଶେଷ ଭିତରୁ ୩ବର୍ଷର ଶିଶୁ କନ୍ୟାଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ଶିଶୁଙ୍କ ନାମ ଆୟଦା ଗେଜଗିନ୍ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଇଜମିର ସହରର ଏକ ୮ମହଲା ଆପାର୍ଟମେଣ୍ଟ ଭାଙ୍ଗି ପଡ଼ିଥିଲା। ଏହି ଭୂକମ୍ପରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାବତ ୧୦୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଭଙ୍ଗା ଅବଶେଷ ଭିତରୁ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଉଥିବା ବେଳେ ଜଣେ ଶିଶୁର କାନ୍ଦିବା ସ୍ବର ଶୁଣା ଯାଇଥିଲେ। ଏହାପରେ ଉଦ୍ଧାରକାରୀ ଦଳ ଖୋଜାଖୋଜି କରି ୯୧ଘଣ୍ଟା ଧରି ଭଙ୍ଗା ଆପାର୍ଟମେଣ୍ଟ ତଳେ ଚାପି ହୋଇ ରହିଥିବା ୩ବର୍ଷ ଶିଶୁ କନ୍ୟା ଆୟଦଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଭୂମିକମ୍ପରେ ମୃତ୍ୟୁ ହୋଇଥିବା ଆୟଦ ମା’ଙ୍କ ମୃତଦେହ ମଧ୍ୟ ଭଙ୍ଗା ଅବଶେଷରୁ ବାହାର କରାଯାଇଥିଲା। ଆୟଦାଙ୍କ ଭାଇ ଏବଂ ବାପା ଭୂମିକମ୍ପ ସମୟରେ ବିଲଡିଂରେ ନଥିବା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି।
/sambad/media/post_attachments/35f1b8c5fe9e84b720668ea4cd0af93f073f0953d7e793f6ca043811ebdda2a5.jpg)
ଭଗ୍ନାବଶେଷ ଭିତରୁ ଆୟଦାଙ୍କୁ ଗତ ମଙ୍ଗଳବାର ଉଦ୍ଧାର କରଯିବା ପରେ ତାଙ୍କୁ ଏକ କମ୍ବଳରେ ଘୋଡାଇ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା।
୯୧ଘଣ୍ଟା ଯାଏଁ ଭଙ୍ଗା ଆପାର୍ଟମେଣ୍ଟ ତଳେ ଚାପି ହୋଇ ରହିଥିବା ଆୟଦାଙ୍କୁ ଉଦ୍ଧାର କରାଯିବା ପରେ ଉଦ୍ଧାରକାରୀମାନେ ତାଳି ବଜାଇ ଖୁସି ବ୍ୟକ୍ତ କରିଥିଲେ। ଏଭଳି ଭୟଙ୍କର ଘଟଣା ଘଟିବା ପରେ ବି ଇଶ୍ବର ଶିଶୁଟିକୁ ବଞ୍ଚାଇ ରଖିଥିବାରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଈଶ୍ବର ମହାନ୍ ବୋଲି ସ୍ଲୋଗାନ୍ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bhumikampa.jpg)