ଆଟର୍ଣ୍ଣି ଜେନେରାଲ, ସଲିସିଟର ଜେନେରାଲଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ : ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳଙ୍କ କାର୍ଯ୍ୟକାଳକୁ ବର୍ଷେ ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପୁନଃନିଯୁକ୍ତିକୁ ମଞ୍ଜୁରି ଦେବା ପରେ ଆଇନ ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ୮୯ ବର୍ଷୀୟ ବେଣୁଗୋପାଳଙ୍କର ୩ ବର୍ଷିଆ କାର୍ଯ୍ୟାଳୟ ଜୁନ ୩୦ରେ ଶେଷ ହେଉଥିବାବେଳେ ନୂଆ କାର୍ଯ୍ୟକାଳ ଜୁଲାଇ ୧ରୁ ଆରମ୍ଭ ହେବ।

ସେହିପରି କେନ୍ଦ୍ର ସରକାରଙ୍କ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ୫ଜଣ ଅତିରିକ୍ତ ସଲିସିଟର ଜେନେରାଲଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରାଯାଇଛି। ଜୁଲାଇ ପହିଲାରୁ ଏମାନଙ୍କ ନୂଆ କାର୍ଯ୍ୟକାଳ ଆରମ୍ଭ ହେବ। କାର୍ଯ୍ୟକାଳ ବୃଦ୍ଧି ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲମାନେ ହେଲେ ବିକ୍ରମଜିତ୍ ବାନାର୍ଜୀ, ଅମନ ଲେଖି, ମାଧବୀ ଦିବାନ, କେ ଏମ ନଟରାଜ ଏବଂ ‌ସଂଜୟ ଜୈନ।

ସମ୍ବନ୍ଧିତ ଖବର