ତୁ ତୁ -ମେଁ ମେଁ

ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ମହାଭାରତର ଦୁର୍ଯ୍ୟୋଧନ। ସେ ମୋ ସହିଦ ପିତାଙ୍କୁ ଅପମାନିତ କରିଛନ୍ତି।
– ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ନେତ୍ରୀ
ରାଜୀବ ଗାନ୍ଧୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ବୟାନ ପାଇଁ ତାଙ୍କୁ ଦେଶ କ୍ଷମା କରିବ ନାହିଁ।
ପ୍ରଧାନମନ୍ତ୍ରୀ ମୋଦୀ ମାନସିକ ସନ୍ତୁଳନ ହରାଇଛନ୍ତି।
– ଭୁପେଶ ବାଘେଲ,
ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଶରୀରରେ ଦଙ୍ଗାରେ ମରିଥିବା ନିରୀହ ଲୋକଙ୍କ ରକ୍ତର ଛିଟା ରହିଛି।
ବିଜେପି ସରକାର ଗୋଟିଏ ବି ରାମ ମନ୍ଦିର ନିର୍ମାଣ କରିପାରିଛି କି ?
– ମମତା ବାନାର୍ଜୀ, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ
‘ଅଚ୍ଛେଦିନ’ ନେଇ ମୋଦୀ ଥରୁଟିଏ ମଧ୍ୟ ମୁହଁ ଖୋଲି ନାହାନ୍ତି, କଂଗ୍ରେସ ‘ଧର୍ମନିରପେକ୍ଷତା’ ନେଇ ମଧ୍ୟ ମୁହଁ ଖୋଲୁନାହିଁ।
– ବୃନ୍ଦା କାରାତ, ସିପିଏମ୍‌ ନେତ୍ରୀ
ମୋଦୀଙ୍କ ହାତରେ ଆଉ ମାତ୍ର ୧୬ ଦିନ ଅଛି ଆଉ ଅଧିକ କିଛି ନାହିଁ।
ମହାମେଣ୍ଟର ତୋଫାନ୍‌ରେ ଚୌକିଦାର ଉଡ଼ିଯିବେ।
– ଅଖିଳେଶ ଯାଦବ, ସମାଜବାଦୀ ପାର୍ଟି ସୁପ୍ରିମୋ

ଦୁର୍ଯ୍ୟୋଧନ କିଏ, ଅଜୁର୍ନ କିଏ ତାହା ମେ ୨୩ ତାରିଖ ଦିନ ପ୍ରମାଣ ହୋଇଯିବ।
ଯଦି ଭାରତରେ ପ୍ରଭୁ ଶ୍ରୀରାମଙ୍କ ନାମ ନିଆଯିବ ନାହିଁ, କ’ଣ ପାକିସ୍ତାନରେ ନିଆଯିବ।
– ଅମିତ ଶାହ ବିଜେପି ଅଧ୍ୟକ୍ଷ
ମୋଦୀଙ୍କ ଦିଲ୍ଲୀ ରୢାଲି ପରେ ବିରୋଧୀ ଦଳଙ୍କ ଅସ୍ତିତ୍ବ ଉଡ଼ିଯିବ।
– ବିଜୟ ଗୋୟଲ, କେନ୍ଦ୍ରମନ୍ତ୍ରୀ
୬୦ ବର୍ଷ ଧରି ଅଭ୍ୟାସ ମ୍ୟାଚ୍‌ ଖେଳୁଥିବା କଂଗ୍ରେସକୁ ଲୋକେ ଜବାବ ଦେବେ। ଏଥର ନ୍ୟାୟ ହେବ।
– ରାଜ୍ୟବର୍ଦ୍ଧନ ରାଠୋର୍‌, କେନ୍ଦ୍ରମନ୍ତ୍ରୀ
ମମତା ବାନାର୍ଜୀ ଅଗଣତାନ୍ତ୍ରିକ ପନ୍ଥା ଧରିଛନ୍ତି।
– ଯୋଗୀ ଆଦିତ୍ୟନାଥ,
ତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ
ଆମ ପାଖରେ କିଙ୍ଗ୍‌ ଅଛନ୍ତି, ତେଣୁ ଆମକୁ କିଙ୍ଗ୍‌ମେକର ଆବଶ୍ୟକ ନାହିଁ।
– ରାମ ମାଧବ, ବିଜେପି ନେତା
ଆମର ଲକ୍ଷ୍ୟ ସୁରକ୍ଷିତ ଭାରତ। ବାଲାକୋଟ ବିମାନ ଆକ୍ରମଣ କିମ୍ବା ଭାରତ-ପାକ୍‌ ସଂପର୍କରେ ମୁଁ ବିଶେଷ କିଛି ଜାଣିନାହିଁ।
– ସନ୍ନି ଦେଓଲ, ବିଜେପି ନେତା

ସମ୍ବନ୍ଧିତ ଖବର