ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ‘ଏ ରିସ୍ତେ ହେଁ ପ୍ୟାର କେ’ ଧାରାବାହିକ ଅଭିନେତା ସମୀର ଶର୍ମା, ୩ଦିନ ଧରି ଘରେ ଝୁଲି ରହିଥିଲା ମୃତଦେହ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରେ ଏବେ ଆଉ ଜଣେ ଛୋଟ ପରଦା‌ରେ କାମ କରୁଥିବା ତାରକା ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ରହସ୍ୟ ଉପରୁ ପରଦା ହଟି ନଥିବା ବେଳେ ଏବେ ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା କରିବା‌ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ଖବର ମୁତାବକ ଟିଭି ଅଭିନେତା ସମୀର ଶର୍ମା ମୁମ୍ବାଇସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ସେ ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ଚର୍ଚ୍ଚିତ ଧାରାବହିକ‌ ‘ଏ ରିସ୍ତେ ହେଁ ପ୍ୟାର କେ’ ଧାରାବାହିକରେ କାମ କରୁଥିଲେ। ପୁଲିସର ସୂଚନାନୁସାରେ, ୪୪ବର୍ଷୀୟ ଅଭିନେତା ଦୁଇ ତିନି ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି, କାରଣ ପୁଲିସ ତାଙ୍କ ଫ୍ଲାଟରେ ପହଞ୍ଚିବା ପରେ ତାଙ୍କ ମୃତଦେହ ଶଢ଼ିବା ଆରମ୍ଭ ହୋଇଯାଇଥିଲା। ଏହି ଘଟଣାର ତଦନ୍ତ କରୁଥିବା ମଲାଡ ପୁଲିସ ଷ୍ଟେସନ ଅଧିକାରୀ କହିଛନ୍ତି ଯେ, ଶବଟି ରୋଷେଇ ଘରେ ଝୁଲୁଥିବାର ଦେଖିବାକୁ ମିଳିଥିଲା।

Yeh Rishtey Hain Pyaar Ke: Shaheer Sheikh & Co rejoice as the show ...
Pinkvilla

ସୂଚନା ମୁତାବକ, ବୁଧବାର ରାତିରେ ୪୪ବର୍ଷିୟ ସମୀର ଶର୍ମାଙ୍କ ମୃତଦେହ ମଲାଡ ୱେଷ୍ଟରେ ଥିବା ନିଜ ଘର ନେହା ସିଏଚଏସ ବିଲ୍ଡିଂରୁ ମିଳିଥିଲା। ମଲାଡ ପୁଲିସର ସୂଚନାନୁସାରେ ସମୀର ଚଳିତ ବର୍ଷ ଫେବୃଆରୀରେ ଆପାର୍ଟମେଣ୍ଟକୁ ଭଡାରେ ନେଇଥିଲେ। ରାତ୍ରି ଡ୍ୟୁଟି ସମୟରେ ଜଗୁଆଳି ସମୀର ଶର୍ମାଙ୍କ ମର ଶରୀର ଝୁଲୁଥିବାର ଦେଖିଥିଲେ। ପରେ ଜଗୁଆଳି ବିଲ୍ଡିଂ ସୁପରଭାଇଜରଙ୍କୁ ଜଣାଇବା ପରେ ସେ ପୁଲିସକୁ ଜଣାଇଥିଲେ। ତେବେ ମୃତଦେହ ପାଖରୁ କୌଣସି ଆତ୍ମହତ୍ୟା ଚିଠି ମିଳି ନଥିବା କହିଛି ପୁଲିସ।

TV Actor Sameer Sharma Allegedly Dies by Suicide, Body Found ...
India.com

ସମୀର ଶର୍ମା ଅନେକ ଲୋକପ୍ରିୟ ଟେଲିଭିଜନ ଶୋ’ରେ କାମ କରିଥିଲେ। ‘ସାସ୍ ଭି କଭି ବହୂ ଥି’, ‘କାହାନୀ ଘର୍ ଘର୍ କି’, ‘ଏ ରିସ୍ତେ ହେଁ ପ୍ୟାର କେ’, ‘ଲେପ୍ଟ ରାଇଟ୍ ଲେପ୍ଟ’, ‘ଜ୍ୟୋତି’, ‘ଗୀତ୍ ହୁଇ ସବସେ ପରାଇ’, ‘୨୬୧୨’, ‘ଦିଲ୍ କ୍ୟା ଚାହତା ହେ’, ‘ବୋ ରେହନେ ୱାଲି ମେହଲୋଁ କି’,’ଇସ୍ ପ୍ୟାର କୋ କ୍ୟା ନାମ୍ ଦୁଁ’, ‘ଆୟୁଷ୍ମାନ ଭବ’ ଭଳି ଲୋକପ୍ରିୟ ଧାରାବାହିକରେ କାମ କରିଥିଲେ।

ସମ୍ବନ୍ଧିତ ଖବର