ପୁଣି ଝୁଲିଲା ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନ; ଶୁଣାଣି ସ୍ଥଗିତ ରଖିଲେ ବମ୍ବେ ହାଇକୋର୍ଟ: ଡିସେମ୍ବର ୧୦ରେ ପରବର୍ତ୍ତୀ ଶୁଣାଣି

ମୁମ୍ବାଇ: ପୁଣି ଝୁଲି ଯାଇଛି ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନ। ଶୁଣାଣିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖି ଦେଇଛନ୍ତି ବମ୍ବେ ହାଇକୋର୍ଟ । ଡିସେମ୍ବର ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ଏହି ସମୟ ମଧ୍ୟରେ ତଳ କୋର୍ଟରେ ଆବେଦନ କରିପାରିବେ ଅର୍ଣ୍ଣବ । ଉଲ୍ଲେଖଯୋଗ୍ୟ ଅନଭୟ ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ।

ଏହାରି ଭିତରେ ଅର୍ଣ୍ଣବଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ତାଙ୍କ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣେ ପେନାଲିଷ୍ଟଙ୍କୁ କିପରି ବ୍ୟବହାର କରୁଛନ୍ତି ତାହା ଦେଖିବାକୁ ମିଳିଛି । ଅର୍ଣ୍ଣବଙ୍କ କଟାକ୍ଷ ପରେ ଜବାବ ରଖି ପେନାଲିଷ୍ଟ ଜଣକ କହିଛନ୍ତି ଯେ ପ୍ରକୃତରେ ଜେଲ ହେଉଛି ଅର୍ଣ୍ଣବଙ୍କ ରହିବା ପାଇଁ ଉଦ୍ଧିଷ୍ଟ ସ୍ଥାନ ।

ସମ୍ବନ୍ଧିତ ଖବର