ଜୟପୁର: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଉଦୟପୁର ଘଟଣା ସହ ଯୋଡ଼ିଥିବାରୁ ଟେଲିଭିଜନ ଆଙ୍କର୍ ରୋହିତ ରଞ୍ଜନଙ୍କୁ ଜେରା କରାଯାଇଛି । ଏହି ଘଟଣାରେ ଜୟପୁର ପୁଲିସ ରୋହିତଙ୍କୁ ପଚରାଉଚରା କରିଛି । ଜଣେ ପୁଲିସ ଅଧିକାରୀ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

ଉଦୟପୁର ଘଟଣାର ତଦନ୍ତରେ ସହଯୋଗ କରିବା ପାଇଁ ଦୁଇ ଦିନ ପୂର୍ବରୁ ଆଙ୍କର୍ ରୋହିତ ରଞ୍ଜନଙ୍କୁ ଏକ ନୋଟିସ୍ ଜାରି କରାଯାଇଥିଲା ବୋଲି କାଲବାଡ ଥାନା ଅଧିକାରୀ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ରଞ୍ଜନଙ୍କୁ ପଚରାଉଚରା କରାଯିବା ପରେ ତାଙ୍କୁ ଛାଡି ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨ତାରିଖରେ କଂଗ୍ରେସ ନେତା ରାମ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୱାଏନାଡ ବୟାନକୁ ଉଦୟପୁର ଘଟଣା ସହ ଯୋଡ଼ି ଷଡଯନ୍ତ୍ର କରିଥିଲେ । ଏନେଇ ମିଥ୍ୟା ପ୍ରଚାର  ଅଭିଯୋଗରେ ଟିଭି ଆଙ୍କର୍ ରୋହିତ ରଞ୍ଜନ, ବିଜେପି ସାଂସଦ ରାଜୀବର୍ଦ୍ଧନ ସିଂ ଏବଂ ଅନ୍ୟମାନଙ୍କ ବିରୋଧରେ ଜୟପୁରର ବାନିପାର୍କ ଥାନାରେ ମାମଲା ରୁଜୁ କରିଥିଲେ।

ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ, ଆଙ୍କର୍ ରୋହିତ ରଞ୍ଜନ ତାଙ୍କ ସେ’ରେ ରାହୁଲ ଗାନ୍ଧୀଙ୍କ ବୟାନକୁ ମିଥ୍ୟା ଭାବରେ ପ୍ରଚାର କରିଛନ୍ତି ।ଉଦୟପୁରରେ ଘଟିଥିବା ଘଟଣା ସହ ଜଡିତ ଥିବାବେଳେ ରାହୁଲ ତାଙ୍କ ନିର୍ବାଚନମଣ୍ଡଳୀ କେରଳର ୱାଏନାଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ପ୍ରସଙ୍ଗରେ ଏହି ବୟାନ ଦେଇଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ଉଦୟପୁରରେ ଜଣେ ଦର୍ଜୀଙ୍କୁ  ଅନ୍ୟ ସମ୍ପ୍ରଦାୟର ଦୁଇଜଣ ବ୍ୟକ୍ତି ଛୁରିରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ।