ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ଡ. ରାମଗୋପାଳ ଯାଦବ କହିଛନ୍ତି ଯେ ଯେତେବେଳେ ଆମ ସମୟରେ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା, ସେତେବେଳେ ଷଷ୍ଠ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆଯାଉଥିଲା। ଯେତେବେଳେ ଛାତ୍ରଛାତ୍ରୀମାନେ କିଛି ଇଂରାଜୀ ଶିଖୁଥିଲେ, ଶିକ୍ଷକ ସେମାନଙ୍କୁ କିଛି ବାକ୍ୟକୁ ମନେ ରଖିବା ପାଇଁ କହୁଥିଲେ ।

Advertisment

ସେ ବାକ୍ୟଟି ଥିଲା ଇଫ୍ ୱେଲଥ୍ ଇଜ୍ ଲଷ୍ଟ୍ ନଥିଙ୍ଗ୍ ଇଜ୍ ଲଷ୍ଟ୍ , ଇଫ୍ ହେଲଥ୍ ଇଜ୍ ଏଷ୍ଟ ସମଥିଙ୍ଗ୍ ଇଜ୍ ଲଷ୍ଟ୍ , ଇଫ୍ କ୍ୟାରେକ୍ଟର ଇଜ୍ ଲଷ୍ଟ୍ ଏଭ୍ରିଥିଙ୍ଗ୍ ଇଜ୍ ଲଷ୍ଟ୍( ଯଦି ଧନ ହଜିଯାଏ କିଛି ନଷ୍ଟ ହୁଏ ନାହିଁ, ଯଦି ସ୍ୱାସ୍ଥ୍ୟ ହଜିଯାଏ କିଛି ନଷ୍ଟ ହୁଏ, ଯଦି ଚରିତ୍ର ହଜିଯାଏ ସବୁକିଛି ନଷ୍ଟ ହୋଇଯାଏ ) ।

ରାଜ୍ୟସଭା ସେ କହିଛନ୍ତି, ମୁଁ ବହୁତ ଚିନ୍ତିତ ଏବଂ ଦୁଃଖିତ ଯେ ଧୀରେ ଧୀରେ ଆମେ ଏଭଳି ସ୍ଥିତିରେ ପହଞ୍ଚିଛୁ। ରାମ ଗୋପାଳ ଯାଦବ କହିଛନ୍ତି କିଛି ଚ୍ୟାନେଲ ଏବଂ କାର୍ଯ୍ୟକ୍ରମ କ୍ରମାଗତ ଭାବରେ ଅଶ୍ଳୀଳତା ଏବଂ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି।

ରାମ ଗୋପାଳ ଯାଦବ କହିଛନ୍ତି ଯେ ଏକ ଆକଳନ ଅନୁଯାୟୀ ଦେଶର ଯୁବବର୍ଗ ଏବଂ ନୂତନ ପିଢ଼ି ପ୍ରାୟ ତିନି ଘଣ୍ଟା ସମୟ ରିଲ୍‌ରେ ନଷ୍ଟ କରୁଛନ୍ତି। ଅଶ୍ଳୀଳ ତଥ୍ୟ ପ୍ରଚାର ପ୍ରସାର ଯୋଗୁ ସମାଜରେ ଅନେକ ବିଭ୍ରାଟ ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ପ୍ରତିଦିନ ଆମେ ଖବରକାଗଜରେ ପଢୁଛେ ଯେ ସେମାନେ ଇନଷ୍ଟାଗ୍ରାମରେ ବନ୍ଧୁ ହେଲେ ଏବଂ ପରେ ବିବାହ ପରେ ପୁଅ ଝିଅକୁ ହତ୍ୟା କଲା । କୌଣସି ସ୍ଥାନରେ ଝିଅଟି ପୁଅକୁ ହତ୍ୟା କରି ସମସ୍ତ ଜିନିଷ ଚୋରି କରି ଚାଲିଗଲା । ଏଭଳି ଖବର ଏବେ ନିତି ଦିନିଆ ଘଟଣା ପାଲଟିଛି।

ସମାଜବାଦୀ ପାର୍ଟିର ସଦସ୍ୟ କହିଛନ୍ତି ଯେ ଆମର ଏପରି ପରିବାର ରହିଆସୁଥିଲା ଯେଉଁଠାରେ ଦିନକୁ ଥରେ ପରିବାରର ସମସ୍ତେ ପିତାମାତା, ପୁଅ, ଭଉଣୀ, ଭାଇ ଏବଂ ପିଲାମାନେ ଏକାଠି ବସୁଥଲେ। ସେ କହିଛନ୍ତି ବର୍ତ୍ତମାନ ସମସ୍ତେ ଫୋନରେ ବ୍ୟସ୍ତ ଅଛନ୍ତି। ଏହି କାରଣରୁ, ପରିବାର ଏବଂ ବନ୍ଧୁତା ମଧ୍ୟରେ ବନ୍ଧନ କମିବାରେ ଲାଗିଛି। ସେ କହିଛନ୍ତି ପରିବାରରେ ଥିବା ପ୍ରେମ ଏବଂ ଭଲପାଇବା ଧୀରେ ଧୀରେ ମରିଯାଉଛି। ପୂର୍ବରୁ, ଯେଉଁମାନେ ପ୍ରତିଦିନ ଏକାଠି ବସି କଥାବାର୍ତ୍ତା କରୁଥିଲେ ଏବଂ ଏକାଠି ଖାଉଥିଲେ, ସେମାନେ ଆଉ ନାହାନ୍ତି। ସମୟ ଆଉ ପୂର୍ବପରି ନାହିଁ।

ସେ କହିଛନ୍ତି ଆରମ୍ଭ ହୋଇଥିବା ଏହି ଅନଲାଇନ୍ ଶିକ୍ଷା ସ୍ମାର୍ଟଫୋନ୍ ମାଧ୍ୟମରେ ପିଲାମାନଙ୍କୁ ସବୁ ଜିନିଷ ଯୋଗାଇ ଦିଆଯାଉଛି। ଅନଲାଇନ୍‌ରେ ଅଶ୍ଳୀଳତାର ପ୍ରଚାର ପ୍ରସାର ଜାରି ରହିଛି। ଯେତେବେଳେ ସମାଜରେ ନଗ୍ନତା ଏବଂ ମଦ୍ୟପାନ ବଢ଼େ, ସେତେବେଳେ ଅନେକ ସଭ୍ୟତା ନଷ୍ଟ ହୋଇଯାଇଥିବାର ନଜୀର ରହିଛି। ଆମେ ଦେଖୁଛୁ ଯେ ପରିସ୍ଥିତି ଧୀରେଧୀରେ ସେଭଳି ହେବାକୁ ଲାଗିଛି। ଏବେ ଲୋକେ ପିନ୍ଧୁଥିବା ପୋଷାକ ଦେଖିଲେ ଲଜ୍ଜାରେ ଆଖି ତଳକୁ ହୋଇ ଯାଉଛି। ଲୋକେ ଆପତ୍ତିଜନକ ପୋଷାକ ପିନ୍ଧିବା ପାଇଁ ଟିଭି ଚ୍ୟାନେଲ ଦାୟୀ ବୋଲି ସେ କହିଛନ୍ତି।