ଟେଲିଭିଜନ୍‌ ବିତର୍କ ଅଧିକ ପ୍ରଦୂଷଣ କରୁଛି, କୃଷକମାନଙ୍କ ଦୁର୍ଦ୍ଦଶା ଦେଖି ପାରୁଛ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଅନ୍ୟମାନଙ୍କ ଅପେକ୍ଷା ଟେଲିଭିଜନ୍‌ ଚାନେଲ୍‌ରେ ହେଉଥିବା ବିତର୍କ ସବୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏଭଳି ବିତର୍କ ସମୟରେ ପ୍ରତ୍ୟେକ ସେମାନଙ୍କ ନିର୍ଦ୍ଧାରିତ ଆଲୋଚ୍ୟ ବିଷୟ ଏବଂ ବିବୃତି ବାହାରକୁ ଚାଲିଯାଉଛନ୍ତି।

ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରଦୂଷଣ ସଂକ୍ରାନ୍ତରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଦାଖଲ କରିଥିବା ତଥ୍ୟାବଳୀର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଏ ଭଳି ମନ୍ତବ୍ୟ ଦେଇଛନ୍ତି।

Image Courtney of The Financial Express

ନଡ଼ା ପୋଡୁଥିବା କୃଷକମାନଙ୍କୁ ଦାୟୀ କରୁଥିବା ବ୍ୟକ୍ତିମାନଙ୍କୁ ସମାଲୋଚନା କରି ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ଥିବା ପାଞ୍ଚ/ସାତ ତାରକା ହୋଟେଲ୍‌ରେ ବସି ସେମାନେ ଏହି ପ୍ରଦୂଷଣରେ କୃଷକମାନଙ୍କ ୩୦/୪୦% ଅବଦାନ ଥିବା କଥା କହି ସମାଲୋଚନା କରୁଛନ୍ତି। ‘ଲ୍ୟାଣ୍ଡ୍‌ ହୋଲ୍‌ଡିଙ୍ଗ୍‌’ପିଛା କୃଷକମାନଙ୍କର ଆୟ ଆପଣମାନେ ଜାଣନ୍ତି କି? ନିଷେଧାଦେଶ ସତ୍ତ୍ବେ ବାଣ ଫୁଟାଯିବା କଥାକୁ ଆମେ ହେୟଜ୍ଞାନ କରୁଛୁ।

ନଭେମ୍ବର ମାସରେ ହୋଇଥିବା ନଡ଼ାପୋଡ଼ି ସଂଖ୍ୟା ଖୁବ୍‌ ଅଧିକ ହୋଇଥିଲେ ବି ତାହାକୁ ‌ବାଦ୍‌ ଦିଆଯିବା ଉଚିତ ବୋଲି ଦିଲ୍ଲୀ ସରକାରଙ୍କ ତରଫରୁ ହାଜର ହୋଇଥିବା ଆଡ୍‌ଭୋକେଟ୍‌ ଅଭିଷେକ ମନୁ ସିଂହୱି କହିବା ପରେ ସୁପ୍ରିମ୍‌ କୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। କିନ୍ତୁ, ନଡ଼ାପୋଡ଼ି ଯୋଗୁଁ କେତେ ପରିମାଣରେ ପ୍ରଦୂଷଣ ‌ହୋଇଛି ତାହାର ସଠିକ ଆକଳନ ହୋଇନାହିଁ।

ସମ୍ବନ୍ଧିତ ଖବର