ରୁଷ୍‌ ସପକ୍ଷରେ ଟ୍ବିଟ୍ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୧% ଭାରତୀୟ

ନୂଆଦିଲ୍ଲୀ: ପ୍ରାୟ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନରେ ହଜାର ହଜାର ଟ୍ୱିଟ୍ ପୋଷ୍ଟ ହେଉଛି। ଟ୍ବିଟରରେ ‘#ଆଇଷ୍ଟାଣ୍ଡ୍‌ଉଇଥ୍‌ପୁଟିନ୍’ ହ୍ୟାସ୍‌ଟ୍ୟାଗ୍ ବିଶ୍ବର ବିଭିନ୍ନ ସ୍ଥାନରେ ଟ୍ରେଣ୍ଡ୍‌ରେ ରହିଛି। ଏଥିମଧ୍ୟରୁ କେତେକ ବ୍ୟକ୍ତି ନାଇଜେରିଆ ଏବଂ ଦକ୍ଷିଣ ଆଫ୍ରିକାର ହୋଇଥିବା ବେଳେ ପ୍ରାୟ ୧୧ ପ୍ରତିଶତ ବ୍ୟକ୍ତି ଭାରତର ବୋଲି କୁହାଯାଇଛି। ଭାରତୀୟଙ୍କ ପାଇଁ ସୋସିଆଲ୍ ମିଡିଆ ପ୍ରଚାର ଓ ପ୍ରସାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମରେ ପରିଣତ ହୋଇଛି। ଅନ୍ୟପକ୍ଷେ ଏହି ତାଲିକାରେ ମାତ୍ର ୦.୩% ରୁଷ୍ ଏବଂ ୧.୬% ଆମେରିକା ନାଗରିକ ରହିଛନ୍ତି। କେତେକ ଆକାଉଣ୍ଟରେ ନକଲି ପ୍ରୋଫାଇଲ୍ ଫଟୋ ବ୍ୟବହାର କରାଯାଇଥିବା କୁହାଯାଇଛି। କେତେକ ଲୋକ ଯୁଦ୍ଧକୁ ତୀବ୍ର ବିରୋଧ କରୁଥିବାବେଳେ ଅନ୍ୟ କିଛି ରୁଷ୍‌କୁ ଜୋରଦାର ସମର୍ଥନ କରୁଛନ୍ତି।

ସମ୍ବନ୍ଧିତ ଖବର