ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତି(ପିଓଭିଏସ୍)ର ଦ୍ବାଦଶ ପ୍ରବାସୀ ଓଡ଼ିଆ ଦିବସ ସ୍ଥାନୀୟ ଆଇଆଇଏମ୍ସି ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ପିଓଭିଏସ୍ର ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ସଂଗଠନ ସଂପାଦକ ସୁରେଶ ଜୈନ ଯୋଗଦେଇ ଉତ୍କର୍ଷ ଓଡ଼ିଶା ଉତ୍କୃଷ୍ଟ ଭାରତ ଶୀର୍ଷକ ଆଲୋଚନାରେ ଭାରତ ନିର୍ମାଣରେ ଏହାର ଭୂମିକା ଅତ୍ୟନ୍ତ ଗୁରତ୍ବପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ। ପିଓଭିଏସ୍ର ସଭାପତି ଶ୍ରୀ ମିଶ୍ର ତାଙ୍କର ସମ୍ବୋଧନରେ ଓଡ଼ିଆମାନେ ଭାରତ ବର୍ଷରେ ବିଭନ୍ନ କ୍ଷେତ୍ରରେ ନେତୃତ୍ବ ନେଇଥିବା କହିଥିଲେ। ପିଓଭିଏସ୍ର ସାଧାରଣ ସଂପାଦିକା ବିଜୟା ନବମୀ ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଜମ୍ମୁ-କାଶ୍ମୀରର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ରଶ୍ମୀ ରଂଜନ ସ୍ବାଇଁଙ୍କୁ ପ୍ରବାସୀ ଓଡ଼ିଆ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆଙ୍କ ସମେତ ଅଣ ଓଡ଼ିଆମାନେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଏବଂ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟର ଭରପୂର ମଜା ନେଇଥିଲେ।
ପ୍ରବାସୀ ଓଡ଼ିଆ ବିକାଶ ସମିତିର ଦ୍ବାଦଶ ପ୍ରବାସୀ ଓଡ଼ିଆ ଦିବସ
ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତି(ପିଓଭିଏସ୍)ର ଦ୍ବାଦଶ ପ୍ରବାସୀ ଓଡ଼ିଆ ଦିବସ ସ୍ଥାନୀୟ ଆଇଆଇଏମ୍ସି ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ପିଓଭିଏସ୍ର ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...
/sambad/media/media_files/2025/06/10/137lpiQK3GcmlgaPLx2x.jpg)