ଇଡୁକି: କିଛି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପାଇଁ କେରଳର ଇଡୁକି ଜିଲ୍ଲାରେ ଭୂସ୍ଖଳନ ହୋଇଛି। ଏହି ଭୂସ୍ଖଳନରେ ପୂର୍ବରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଏବେ ଏହି ସଂଖ୍ୟା ବଢ଼ି ୧୨ରେ ପହଞ୍ଚିଛି। ଜିଲ୍ଲାର ରାଜାମାଲା ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଥିବା ବେଳେ ସେଠାରେ ପହଞ୍ଚିବା କଷ୍ଟକର ଥିବାରୁ ଉଦ୍ଧାରକାର୍ଯ୍ୟକୁ ସହଜ କରିବା ପାଇଁ ବାୟୁସେନାର ସାହାଯ୍ୟ ଲେଡିଛନ୍ତି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ। ତେବେ ଜଙ୍ଗଲ ଅଧିକାରୀ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିିଥିବା ଜଣା ପଡ଼ିଛି।
ଉଦ୍ଧାର କର୍ମଚାରୀଙ୍କ ଅନୁଯାୟୀ, ୪ମହଲା ଘର ସହ ଏବଂ ଏକ ଚର୍ଚ୍ଚ କାଦୁଅ ତଳେ ପୋତି ହୋଇଯାଇଛି ଏବଂ ପ୍ରାୟ ୮୦ଜଣ ଲୋକ ଭିତରେ ଫଶି ରହିଛନ୍ତି। ବର୍ତ୍ତମାନ ୧୨ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଉଦ୍ଧାର କର୍ମଚାରୀମାନଙ୍କୁ ବର୍ଷା ଏବଂ କାଦୁଅ ହେତୁ ଉଦ୍ଧାରକାର୍ଯ୍ୟରେ ଅସୁବିଧା ହେଉଛି। ଏବେ ମୁଥିରାପୁଜା ନଦୀର ଜଳସ୍ତର ବୃଦ୍ଧି ହେତୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ମୁନ୍ନାର ପରି ନିମ୍ନମାନର ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି।ଏହା ପୂର୍ବରୁ ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଇଡୁକି ଜିଲ୍ଲାର ଏକ ଅସ୍ଥାୟୀ ସେତୁ ଭୁଶୁଡି ପଡିଥିଲା। ଗୋଟିଏ ଦିନ ପୂର୍ବରୁ ଭାରତ ପାଣିପାଗ ବିଭାଗ (ଆଇଏମଡି) ଇଡୁକି, ୱାୟନାଡ ଏବଂ କୋଜିକୋଡେ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/t-8.png)