ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀର ଗୁପ୍ତାର ଘାଟରେ ବୁଡ଼ ପକାଉଥିବାବେଳେ ଗୋଟିଏ ପରିବାରର ୧୨ଜଣ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ୍ୟୁ ହୋଇଯାଇଛି। ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷେ ପରିବାରର ଅନ୍ୟ ୩ ଜଣ ଏବେ ବି ନିଖୋଜ ଅଛନ୍ତି। ପୁଲିସ ଏବଂ ସ୍ଥାନୀୟ ବୁଡ଼ାଳିଙ୍କ ସହଯୋଗରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ, ଆଗ୍ରାର ଏହି ପରିବାର ଅଯୋଧ୍ୟା ବୁଲିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ପରିବାରର ୧୨ ସଦସ୍ୟ ଏକ ସମୟରେ ବୁଡ଼ ପକାଉଥିବା ବେଳେ ହାଠାତ୍ ଜଳସ୍ରୋତ ପ୍ରଖର ହେବାରୁ ସେମାନେ ବୁଡ଼ି ଯାଇଥିଲେ। ଅନ୍ୟମାନେ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Untitled-1-2.jpg)