ଉତ୍ତରାଖଣ୍ଡ ଟନେଲ୍‌ରୁ ଆଉ ୧୨ ଶବ ଉଦ୍ଧାର

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ସଂଘଟିତ ହିମପ୍ରବାହ ବିଭୀଷିକାର ଆଜି ଅଷ୍ଟମ ଦିନରେ କାଦୁଅ ପଥରରେ ପୋତି ହୋଇ ରହିଥିବା ତପୋବନ ଜଳବିଦ୍ୟୁତ୍‌ କେନ୍ଦ୍ରର ଅବରୁଦ୍ଧ ଭଗ୍ନ ସୁଡ଼ଙ୍ଗ ଭିତରୁ ୧୨ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ସୁଡ଼ଙ୍ଗରେ ଫସିଥିବା ବିପନ୍ନଙ୍କ ମଧ୍ୟରୁ କେତେକଙ୍କୁ ଜୀବନ୍ତ ଉଦ୍ଧାର କରିବା ଆଶା ବଳବତ୍ତର ରହିଛି। ଆଜି ୧୨ ଜଣଙ୍କ ଶବ ଉଦ୍ଧାର ପରେ ଉଦ୍ଧାର କାର୍ଯ୍ୟ ଆହୁରି ବ୍ୟାପକ ହୋଇଛି। ଆଇଟିବିପିର ୫ ଶହ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ମୁଖ୍ୟ ସୁଡ଼ଙ୍ଗର ୧୨ ଫୁଟ ତଳେ ରହିଥିବା ଏକ ଛୋଟ ସୁଡ଼ଙ୍ଗକୁ ବାଟ ଖୋଳି ସେହି ରାସ୍ତାରେ ଉଦ୍ଧାରକାରୀ ଦଳ ଭିତରେ ପଶିଛନ୍ତି। ଏହି ଦୁର୍ବିପାକରେ ଅଦ୍ୟାବଧି ୫୦ଟି ଶବ ଉଦ୍ଧାର ହୋଇଥିବା ବେଳେ ୧୯୦ ଜଣ ନିଖୋଜ ଅଛନ୍ତି। ଉକ୍ତ ସୁଡ଼ଙ୍ଗ ଭିତରେ ଫସିଥିବା ଅତି କମ୍‌ରେ ୧୫ ଜଣଙ୍କ ଜୀବିତ ଥାଇପାରନ୍ତି ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର