୨୩ ବର୍ଷ ପରେ ଯୁଦ୍ଧ ଜାହାଜରେ ମହିଳା ଅଫିସର୍‌ଙ୍କୁ ମୁତୟନ କଲା ନୌସେନା‌

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ନୌସେନା ଆଜି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଭାରତୀୟ ନୌସେନା ଦୀର୍ଘ ୨୩ ବର୍ଷ ପରେ ନୌ‌ସେନା ଯୁଦ୍ଧ ଜାହାଜରେ ୪ ଜଣ ମହିଳା ଅଫିସର୍‌ଙ୍କୁ ମୁତୟନ କରିଛି। ଉକ୍ତ ୪ ମହିଳା ଅଫିସର୍‌ଙ୍କ ମଧ୍ୟରୁ ୨ ଜଣଙ୍କୁ ବିମାନ ବାହକ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ମୁତୟନ କରାଯାଇଥିବାବେଳେ ଅନ୍ୟ ୨ ଜଣଙ୍କୁ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ଶକ୍ତିରେ ମୁତୟନ କରାଯାଇଛି ବୋଲି ଭାରତୀୟ ‌ନୌସେନା ମୁଖପାତ୍ର କହିଛନ୍ତି। ୧୯୯୮ରେ ପ୍ରଥମ ଥର ପାଇଁ ମହିଳା ଅଧିକାରୀମାନଙ୍କୁ ଯୁଦ୍ଧଜାହାଜରେ ମୁତୟନ କରାଯାଇଥିଲା। କିନ୍ତୁ କିଛି ପ୍ରସଙ୍ଗ ପାଇଁ ଏହି ନିଷ୍ପତ୍ତି ପରେ ବଦଳିଥିଲା। ତେବେ ଦୀର୍ଘ ୨୩ ବର୍ଷ ପରେ ପୁଣି ଏହି ନିଷ୍ପତ୍ତି ବଦଳିଛି। ମହିଳାମାନଙ୍କୁ ନୌସେନା ଯୁଦ୍ଧ ଜାହାଜରେ ମୁତୟନ କରାଯାଇଛି। ଆଇଏନ୍‌ଏସ୍‌ ଶକ୍ତିରେ ମୁତୟନ ହୋଇଥିବା ମହିଳା ଅଧିକାରୀ ହେଉଛନ୍ତି ଜଣେ ଡାକ୍ତର। ‌ସେହିପରି ନିକଟରେ ନୌସେନା ପକ୍ଷରୁ ଜଣେ ମହିଳା ଅଫିସର୍‌ଙ୍କୁ ବିଦେଶରେ ନିଯୁକ୍ତି ମିଳିଛି। ଉକ୍ତ ମହିଳା ଅଫିସର୍‌ ହେଉଛନ୍ତି ଲେଫ୍ଟନାଣ୍ଟ କମାଣ୍ଡର କରାବି ଗୋଗଇ। ସେ ମସ୍କୋରେ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର