ଆସାମର ଯୋଡ଼ାମୁଣ୍ଡ ଶିଶୁଙ୍କ ହେବ ଅସ୍ତ୍ରୋପଚାର

ଜଗା-ବଳିଆଙ୍କ ଅସ୍ତ୍ରୋପଚାର ପ୍ରକ୍ରିୟାକୁ ଅନୁକରଣ କରାଯିବ

ନୂଆଦିଲ୍ଲୀ : କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ପ୍ରକ୍ରିୟା ଅନୁକରଣରେ ଆସାମର ଏକ ଯୋଡ଼ାମୁଣ୍ଡ ଶିଶୁଙ୍କ ଅସ୍ତ୍ରୋପଚାର ହେବ। ଜଗା-ବଳିଆଙ୍କୁ ଅସ୍ତ୍ରୋପଚାର କରିଥିବା ଏମ୍‌ସ ଡାକ୍ତରୀ ଦଳର ମୁଖ୍ୟ ଡାକ୍ତର ଦୀପକ ଗୁପ୍ତା ଏହି ସୂଚନା ଦେଇଛନ୍ତି। ଆସାମର ଏହି ଯୋଡ଼ାମୁଣ୍ଡ ଶିଶୁଙ୍କ ବର୍ତ୍ତମାନ ବୟସ ଛଅ ମାସ ଏବଂ ଓଜନ ୧୬ କେଜି ରହିଛି। ଆସନ୍ତା ବର୍ଷ ଜୁନ୍‌ରେ ଏହି ଅସ୍ତ୍ରୋପଚାର ଆସାମ ସରକାରୀ ଡାକ୍ତରଖାନାରେ କରାଯିବ। ଏବେ ଏମାନଙ୍କ ସ୍ବାସ୍ଥ୍ୟ ସ୍ଥିତିକୁ ଏମ୍‌ସର ଡାକ୍ତରମାନେ ଅନୁଧ୍ୟାନ କରୁଛନ୍ତି। ନିକଟରେ ଘାନା ସରକାର ମଧ୍ୟ ଏକ ଯୋଡ଼ାମୁଣ୍ଡ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ ଯୋଜନା କରିଛନ୍ତି। ଘାନା ସରକାର ଏମ୍‌ସର ନ୍ୟୁରୋ ସର୍ଜନ ଡାକ୍ତର ଦୀପକ ଗୁପ୍ତାଙ୍କୁ ଘାନା ଡକାଇ ବିଚାରବିମର୍ଶ କରିଛନ୍ତି।

ସମ୍ବନ୍ଧିତ ଖବର