ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଯେତେବେଳେ ଭାରତ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କଲା ପାକିସ୍ତାନ ଥରହର ହୋଇ ଉଠିଥିଲା। ଏହାପରେ ସୀମା ଅତିକ୍ରମ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଗୁଳି କରିବା ଆରମ୍ଭ କରିଥିଲା ପାକିସ୍ତାନ।
ପାକିସ୍ତାନୀ ଆକ୍ରମଣରେ ପୁଞ୍ଚ ସହରରେ ରହୁଥିବା ଦୁଇ ଯମଜ ଭାଇଭଉଣୀ ମଧ୍ୟ ପ୍ରାଣ ହରାଇଥିଲେ। ମୃତ ଯମଜ ସନ୍ତାନଙ୍କ ନାମ ଜୈନ ଅଲି ଏବଂ ଉର୍ବା ଫାତିମା ଥିବା ଜଣାପଡ଼ିଛି।
ଅପରେସନ୍ ସିନ୍ଦୂର ଆରମ୍ଭ ହେବା ପରେ ଯେତେବେଳେ ପାକିସ୍ତାନ ଗୁଳିମାଡ଼ ଆରମ୍ଭ କରିଥିଲା ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ନିଦ ହଜିଯାଇଥିଲା।
ଆକ୍ରମଣ ହେବା ଜାଣି ଜୈନ ଅଲି ଏବଂ ଉର୍ବା ଫାତିମାଙ୍କ ମାମୁମାନେ ଦୁଇ ସନ୍ତାନକୁ ଧରି ଘରୁ ବାହାର କରି ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଉଥିଲେ। ଏହି ସମୟରେ ଉର୍ବାଙ୍କ ହାତ ତାଙ୍କ ମାଆ ଧରିଥିବା ବେଳେ ଜୈନର ହାତ ତାଙ୍କ ବାପା ଧରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/13/W5HapOrQIKrr8VZMc9a8.jpg)