ସୈନିକ ହେବା ପାଇଁ ଇଞ୍ଜିନିୟରିଂ ଚାକିରି ମୋହ ଛାଡ଼ିଲେ ଯାଆଁଳା ଭାଇ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଦୁଇ ଯାଆଁଳା ଭାଇ ପରିନବ ପାଠକ ଓ ଅଭିନବ ପାଠକ। ପଞ୍ଜାବର ଲୁଧିଆନାରେ ଏହି ଦୁଇ ଯାଆଁଳା ଭାଇଙ୍କର ଜନ୍ମ ହୋଇଥିଲା। ଦୁଇ ଭାଇ ଏକ ସାଙ୍ଗରେ ଇଞ୍ଜିନିୟରିଂ ପଢିଥିଲେ। ତେବେ ମୋଟା ଦରମାର ମୋହ ଛାଡ଼ି ଦୁଇ ଭାଇ ଡେରାଡୁନ ସ୍ଥିତ ଭାରତୀୟ ସେନା ଏକାଡେମିରେ ଯୋଗ ଦେଇଥିଲେ। ଉଭୟ ଏଥି‌ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଜୀବନରେ କେବେ ବି ପରସ୍ପରକୁ ଛାଡ଼ି ନ ଥିବା ୨୨ ବର୍ଷୀୟ ଦୁଇ ଭାଇଙ୍କୁ ଏବେ କିନ୍ତୁ ଅଲଗା ରହିବାକୁ ପଡ଼ିବ। କାରଣ ୪୫୭ ଜଣ କ୍ୟାଡେଟଙ୍କ ସହ ସେମାନଙ୍କର ପୋଷ୍ଟିଙ୍ଗ ହୋଇଛି। ଅଭିନବ କହିଛନ୍ତି ଯେ ଏକାଡେମିରେ ଉଭୟଙ୍କୁ ନେଇ ଅନେକ ରୋଚକ କାହାଣୀ ସୃଷ୍ଟି ହୋଇଛି। ଡ୍ରିଲ ଇନ୍ସପେକ୍ଟର ଅଭିନବ-ପରିନବଙ୍କୁ ଜାଣି ନପାରି କେବଳ ଅଭିନବଙ୍କୁ ଡାକି ଡ୍ରିଲ କରୁଥିଲେ। ଏଥିରୁ ପରିନବ ବଞ୍ଚିଯାଉଥିଲେ। ବେଳେବେଳେ ପୁଣି ଅଭିନବ ବାହାରୁ ଖାଦ୍ୟ ଖାଇ ଆସୁଥିବାବେଳେ ପରିନବଙ୍କୁ ଗାଳି ଶୁଣିବାକୁ ପଡୁଥିଲା। କେବଳ ୟୁନିଫର୍ମ ପିନ୍ଧିଲେ ହିଁ ବ୍ୟାଚରେ ନାଁ ଦେଖି ଦୁଇ ଭାଇଙ୍କୁ ଜାଣି ହେଉଥିଲା। ଦୁଇ ଭାଇ କହିଛନ୍ତି ପରସ୍ପରକୁ ନେଇ ଆମେ ଖୁବ୍ ଗର୍ବିତ।

ସମ୍ବନ୍ଧିତ ଖବର