ନୋଇଡା : ଦୁଇ ଯାଆଁଳା ଭଉଣୀ ଦେଖିବାକୁ ସମାନ ଏବଂ ସେମାନେ ସିବିଏସ୍ଇ ଦ୍ବାଦଶ ପରୀକ୍ଷାରେ ମଧ୍ୟ ସମାନ ନମ୍ବର ରଖିଛନ୍ତି। ଏହା ବିଶ୍ବାସ ନ ହେଲେ ବି ସତ୍ୟ। ନୋଇଡାର ମାନସୀ ଏବଂ ମାନ୍ୟା ନାମକ ଯାଆଁଳା ଭଉଣୀ ଚଳିତ ସିବିଏସ୍ଇ ଦ୍ବାଦଶ ପରୀକ୍ଷାରେ ୯୫.୮ ପ୍ରତିଶତ ନମ୍ବର ହାସଲ କରିଛନ୍ତି। ଏହି ଦୁଇ ଯାଆଁଳା ଭଉଣୀ ଗ୍ରେଟର ନୋଇଡାର ଅସ୍ତେର ପବ୍ଲିକ ସ୍କୁଲରେ ପଢୁଥିଲେ। ସେମାନେ ଦ୍ବାଦଶ ପରୀକ୍ଷାରେ ସମାନ ପ୍ରତିଶତ ନମ୍ବର ହାସଲ କରିଥିବା ବେଳେ ସବୁଠୁ ବଡ଼ କଥା ହେଉଛି, ସେ ଦୁହେଁ ଇଂରାଜିରେ ୯୮ ନମ୍ବର, କମ୍ପ୍ୟୁଟର ସାଇନ୍ସରେ ୯୫ ନମ୍ବର ଏବଂ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଶାରୀରିକ ଶିକ୍ଷାରେ ମଧ୍ୟ ସମାନ ନମ୍ବର ରଖିଛନ୍ତି। ଦୁଇ ଭଉଣୀଙ୍କ ଚେହେରାରେ ସାମଞ୍ଜସ୍ୟ ଥିଲାବେଳେ ସେମାନଙ୍କ ପରୀକ୍ଷା ନମ୍ବରରେ ସମାନତା ଏବେ ନୋଇଡାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଦୁଇ ଭଉଣୀ ଏବେ ଜେଇଇ ପାଇଁ ପ୍ରସ୍ତୁତ ହେଉଛନ୍ତି। କରୋନା ଭାଇରସ ପାଇଁ ଜେଇଇ ମେନ୍ ପରୀକ୍ଷା ସେପ୍ଟେମ୍ବରକୁ ଘୁଞ୍ଚିଥିବା ବେଳେ ଯାଆଁଳା ଭଉଣୀ ଏଥିପାଇଁ କଠୋର ପରିଶ୍ରମ ଜାରି ରଖିଛନ୍ତି। ପାଠ ପଢ଼ାରେ ଉଭୟଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ହୋଇଥାଏ ବୋଲି ସେମାନଙ୍କ ସହପାଠୀମାନେ କହନ୍ତି। ଏଭଳି ଦୁଇ ଛାତ୍ରୀଙ୍କୁ ପାଇ ସ୍କୁଲ ଗର୍ବିତ ବୋଲି ଅସ୍ତେର ପବ୍ଲିକ ସ୍କୁଲ ପକ୍ଷରୁ କୁହାଯାଇଛି।
ସିବିଏସ୍ଇ ଦ୍ବାଦଶ ପରୀକ୍ଷାରେ ଯାଆଁଳା ଭଉଣୀଙ୍କ ସମାନ ନମ୍ବର
/sambad/media/post_attachments/wp-content/uploads/2020/07/499fb2559022b1dc5e76557058b77cf6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)