କାଲିଫର୍ଣ୍ଣିଆ: ମେଡିକାଲ ବେଡ଼ରେ ଥିଲେ ମା, ଆଉ ୨୦୨୧ ସରିବା ପୂର୍ବରୁ ଜନ୍ମ ହେଲେ ପ୍ରଥମ ସନ୍ତାନ ଓ ୨୦୨୨ ଆରମ୍ଭ ହେଉ ହେଉ ଜନ୍ମ ହେଲେ ଦ୍ଵିତୀୟ ସନ୍ତାନ | ଅର୍ଥାତ ପାଖାପାଖି ସମୟରେ ଜନ୍ମ ହୋଇଥିଲେ ବି ଦୁଇ ଶିଶୁଙ୍କର ବଦଳିଯାଇଛି ଜନ୍ମବର୍ଷ | ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି | ଜଣେ ପ୍ରସୂତି ଦୁଇଟି ଭିନ୍ନ ବର୍ଷରେ ଯାଆଁଳା ଶିଶୁ ଜନ୍ମ ଦେଇଥିଲେ। ପ୍ରଥମ ଶିଶୁଟି ଡିସେମ୍ବର ୩୧ ତାରିଖ ରାତି ୧୧:୪୫ରେ ଜନ୍ମ ହୋଇଥିବାବେଳେ ଦ୍ୱିତୀୟ ଶିଶୁଟି ଜାନୁୟାରୀ ୧, ୨୦୨୨ ରାତି ପ୍ରାୟ ୧୨ଟା ୦୨ ମିନିଟରେ ଜନ୍ମ ହୋଇଥିଲା |

Advertisment

ଆଉ ଏହି ଭଳି ଦୁଇ ଶିଶୁଙ୍କ ଜନ୍ମ ବର୍ଷ ଅଲଗା ଅଲଗା ହୋଇଯାଇଛି | ଯାଆଁଳା ଶିଶୁଙ୍କ ପିତାମାତା ସେମାନଙ୍କ ନାମ ଆଲିନ୍ ଏବଂ ଆଲଫ୍ରେଡୋ ଟ୍ରୁଜିଲୋ ରଖିଥିବାବେଳେ ଆଲିନ୍ ଜାନୁଆରୀ ୧ ମଧ୍ୟରାତ୍ରିରେ ଜନ୍ମ ହୋଇଥିଲେ |


ତାଙ୍କର ଯାଆଁଳା ଭାଇ ୩୧ ଡିସେମ୍ବର ୨୦୨୧ ରାତି ୧୧:୪୫ ରେ ଜନ୍ମ ହୋଇଥିଲେ। ଯାଆଁଳା ଶିଶୁଙ୍କ ମାତା ଫାତିମା ମାଡ୍ରିଗାଲ କହିଛନ୍ତି ଯେ, ସେ ବହୁତ ଖୁସି ଅଛନ୍ତି କାରଣ ଦୁହେଁ ପାଖାପାଖି ସମୟରେ ଜନ୍ମ ହୋଇଥିଲେ ବି ଉଭୟଙ୍କର ଜନ୍ମବର୍ଷ ଭିନ୍ନ | ମାଡ୍ରିଗାଲ୍ କହିଛନ୍ତି ଯେ ଯାଆଁଳା ଶିଶୁଙ୍କୁ ଅଭିବାଦନ ଜଣାଇବା ପାଇଁ ତାଙ୍କ ପରିବାର ବହୁତ ଉତ୍ସାହିତ ଅଛନ୍ତି।