ନୂଆଦିଲ୍ଲୀ : ଦୁଇ ବର୍ଷ ହେଲା ଏମ୍ସ, ନୂଆଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଗା-ବଳିଆ ଜୁଲାଇ ମାସ ଦ୍ବିତୀୟ ସପ୍ତାହରେ ନିଜ ଘରକୁ ଫେରିବେ। ଚଳିତ ମାସ ୨୯ତାରିଖରେ ଓଡ଼ିଶା ସରକାର ଓ ଏମ୍ସ କର୍ତ୍ତୃପକ୍ଷଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଏଥିରେ ଜଗା-ବଳିଆଙ୍କୁ ଡିସଚାର୍ଜ କରିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ ଯେ ଜୁଲାଇ ୨୦୧୭ରୁ ଦୁଇ ଶିଶୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଅକ୍ଟୋବର ୨୫, ୨୦୧୭ରେ ଏକ ବିରଳ ଅସ୍ତ୍ରୋପଚାରରେ ଯୋଡ଼ା ମୁଣ୍ଡରୁ ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/jaga-balig.jpg-f.jpg)