ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର ମୁଖ୍ୟ ମୋହନ ଭାଗବତ ଆଜି ଟ୍ବିଟର୍ରେ ସାମିଲ ହୋଇଛନ୍ତି। ଭାଗବତଙ୍କ ବ୍ୟତୀତ ସଂଘର ଅନ୍ୟ ୬ ଜଣ ବରିଷ୍ଠ ନେତା ମଧ୍ୟ ଟ୍ବିଟର୍ରେ ସାମିଲ ହୋଇଥିବା ବେଳେ ସୋସିଆଲ ମିଡିଆ ପ୍ରତି ସଂଘର ଆଭିମୁଖ୍ୟରେ ଏକ ବଡ଼ ପରିବର୍ତ୍ତନ ଆସିଥିବା କୁହାଯାଉଛି । ଭାଗବତଙ୍କ ବ୍ୟତୀତ ବରିଷ୍ଠ ନେତା ଭୈୟାଜୀ ଯୋଶୀ, ସୁରେଶ ସୋନି, କୃଷ୍ଣ ଗୋପାଳ, ବି ଭାଗବ୍ୟା, ପ୍ରଚାର ମୁଖ୍ୟ ଅରୁଣ କୁମାର ଏବଂ ଅନିରୁଦ୍ଧ ଦେଶପାଣ୍ଡେ ମାଇକ୍ରୋ ବ୍ଲଗିଂ ସାଇଟ୍କୁ ଓହ୍ଲାଇଛନ୍ତି।
ଟ୍ବିଟର୍ରେ ମୋହନ ଭାଗବତ:ସଂଘର ଅନ୍ୟ ୬ ନେତା ବି ଟ୍ବିଟର୍ରେ ସାମିଲ
/sambad/media/post_attachments/wp-content/uploads/2019/07/rss.jpg)