ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖୋମିନିଙ୍କ ଟ୍ଵିଟର ଆକାଉଣ୍ଟ ଅଚଳ

ଦୁବାଇ : ଇରାନ ଓ ଆମେରିକା ମଧ୍ୟ ଉତ୍ତେଜନା ମଧ୍ୟରେ ଟ୍ଵିଟର ଆଜି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମିନିଙ୍କ ଟ୍ଵିଟର ହାଣ୍ଡଲକୁ ସାମୟିକ ଭାବେ ଅଚଳ ବା ବ୍ଲକ୍‌ କରିଦେଇଛି । ତେବେ ଏଥିପାଇଁ ଟ୍ଵିଟର ପକ୍ଷରୁ କୌଣସି କାରଣ ଦର୍ଶାଯାଇନାହିଁ ।
ୟୁକ୍ରେନର ଯାତ୍ରୀବାହୀ ବିମାନକୁ ଭୁଲରେ ରକେଟ ମାଡ଼ କରି ଖସାଇ ଦିଆଯାଇଥିବା ଇରାନ ସ୍ୱୀକାର କରିବାର କିଛି ଘଣ୍ଟା ମଧ୍ୟରେ ଖୋମିନିଙ୍କ ଟ୍ଵିଟର ହାଣ୍ଡଲ ବ୍ଲକ ହୋଇଯାଇଛି ।


ଖୋମିନିଙ୍କ ଟ୍ଵିଟର ହାଣ୍ଡଲ ଖୋଲିଲେ ତାହା ସାମୟିକଭାବେ ନିଷିଦ୍ଧ କରାଯାଇଥିବା ଲେଖାଯାଇଛି । ଏହି ଆକାଉଣ୍ଟରୁ କେତେକ ଅସ୍ୱାଭାବିକ କାର୍ଯ୍ୟକଳାପ ହୋଇଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି ଟ୍ଵିଟର ହାଣ୍ଡଲରେ ଲେଖାଯାଇଛି ।
ସୂଚନାଯୋଗ୍ୟ ଯେ ୟୁକ୍ରେନର ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇଦିଆଯାଇଥିବା ଆଜି ଇରାନ ସ୍ୱୀକାର କରିଛି । ଏହା ଏକ ମନୁଷ୍ୟକୃତ ତ୍ରୁଟି ବୋଲି କହି ଏଥିପାଇଁ କ୍ଷମାପ୍ରାର୍ଥନା କରିଛି ଇରାନ । ଏହି ମନୁଷ୍ୟକୃତ ବିମାନ ଦୁର୍ଘଟଣାରେ ୧୭୦ ଜଣ ଯାତ୍ରୀ ନିହତ ହୋଇଥିଲେ ।
ଅନ୍ୟପକ୍ଷରେ ଇରାନର ରାଷ୍ଟ୍ରପତି ହାସାନ ରୁହାନି କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଅବ୍ୟାହତ ରହିବ ଓ ଦୋଷୀମାନଙ୍କୁ ଦଣ୍ଡିତ କରାଯିବ । ଏହି ଘଟଣା ପାଇଁ ସବୁ ଦାୟିତ୍ୱ ନେବାକୁ ଇରାନ ଘୋଷଣା କରିଛି । ତେବେ ମୃତଦେହ ଓ କ୍ଷତିପୂରଣ ପ୍ରଦାନ ପାଇଁ ୟୁକ୍ରେନ ଦାବି କରିଛି ।

ସମ୍ବନ୍ଧିତ ଖବର